fbpx

ଓଡିଶାର କଟକଣା ଲାଗୁ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର୨୩ ।୩(ଓଡିଶା ଭାସ୍କର): କରୋନା ମହାମରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗାଇଛି ପ୍ରଶାସନ, ଯାହାକି ଆଜିଠାରୁ କାର୍ଯ୍ୟକାରୀ ହେବ ।

ଏହାରି ମଧ୍ୟରେ ଆଜି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ସମସ୍ତ ଜିଲ୍ଲାପାଳ, ଏସପିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗ ଏସିଏସ ଉପସ୍ଥିତ ରହିଥିଲେ ।

ତେବେ ସମୀକ୍ଷା ପରେ ରାଜ୍ୟରେ ଆରପିଆରସି ଟେଷ୍ଟ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଜିଲ୍ଲାସ୍ତରରେ ଆବଶ୍ୟକ ହେଉଥିବା କର୍ମଚାରୀ ସଂଖ୍ୟା ବଢାଯିବ । ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯିବ । ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ବଢିଲେ ମିନି କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା କରାଯିବ । ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁସାରେ ସେମାନଙ୍କ ଟେଷ୍ଟ କରାଯିବ । କୋଭିଡ ନିୟମ ପାଳନ ହେଉଛି କି ନାହିଁ, ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବ ପୋଲିସ । ବଜାର, ଧର୍ମାନୁଷ୍ଠାନ ଓ ବିବାହ କାର୍ଯ୍ୟରେ ସରକାରଙ୍କ ସତର୍କ ଦୃଷ୍ଟି ରହିବ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜିଲ୍ଲାସ୍ତରରେ କୋଭିଡ ନିୟମ କଡାକଡି ହେବ । ନାଇଟ କର୍ଫ୍ୟୁ ନେଇ ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ପରାମର୍ଶ ଦିଆଯାଇଛି । ବାହାଘରରେ ୫ ଶହ ବଦଳରେ ୨ ଶହ ଲୋକ ସାମିଲ ପାଇଁ ଦିଆଯାଇଛି ପ୍ରସ୍ତାବ ।

Get real time updates directly on you device, subscribe now.