fbpx

Union Budget Live; ମହିଳାଙ୍କୁ ମିଳିବ ୩ ଲକ୍ଷ କୋଟି: ନିର୍ମାଣ ହେବ ୩ କୋଟି ଆବାସ ଗୃହ

ନୂଆଦିଲ୍ଲୀ: ସାଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ମହିଳା ଏବଂ ଯୁବତୀଙ୍କ ପାଇଁ ଏକ ବଡ଼ ଘୋଷଣା ହୋଇଛି । ମହିଳା ଏବଂ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ନୂଆ ପଦକ୍ଷେପ ନେଇଛନ୍ତି ସରକାର । ଏଥର ଆର୍ଥିକ ବର୍ଷରେ ମହିଳା ଏବଂ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ଉପରେ ଘୋଷଣା କରାଯାଇଛି । କାର୍ଯ୍ୟରତ ମହିଳା ଏବଂ ଯୁବତୀମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ । ଏହାସହିତ କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ମଧ୍ୟ ଘୋଷଣା କରାଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୩ କୋଟି ଆବାସ ଗୃହ ନିର୍ମାଣ କରାଯିବ ବୋଲି କୁହାଯାଇଛି । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ୩ କୋଟି ଆବାସ ଗୃହ ନିର୍ମାଣ କରାଯିବ । ଏହାବ୍ୟତୀତ ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯିବ । ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ହେବ ବୋଲି ବଜେଟ ଅଭିଭାଷଣରେ କହିଛନ୍ତି ଅର୍ତମନ୍ତ୍ରୀ । ପିପିପି ମୋଡରେ ରେଣ୍ଟାଲ ହାଉସିଂହ ବ୍ୟବସ୍ଥା ନିର୍ମାଣ କରାଯିବ ।

Get real time updates directly on you device, subscribe now.