fbpx
BSKY
BJD MC SKY
BJD YOUTH SKY

ଭାଲୁ ଆକ୍ରମଣର ଶିକାର ହେଲେ ଗୋଟିଏ ପରିବାରର ୩ ସଦସ୍ୟ:ଜଣେ ମୃତ ୨ ଗୁରୁତର

ବାଲିଗୁଡା:ବାଟାଗୁଡା ପଞ୍ଚାୟତ ଡଙ୍ଗମ ଗାଁରେ ଘଟିଛି ଅଘଟଣ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଭାଲୁ ଆକ୍ରମଣର କରିଛି । ଯେଉଁଥିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ବାପ ଝିଅ ଗୁରୁତର ଆହାତ ହୋଇଛନ୍ତି ।  ତେବେ ଗୁରୁତର ୨ ଜଣଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜାର୍ଗିସରୁ ସିଆଳି ପତ୍ର ତୋଳିବାକୁ ଯାଇଥିବା ୪ ଜଣ ମହିଳାଙ୍କୁ ଭାଲୁ ଆକ୍ରମଣ କରିଥିଲା । ତେବେ ସ୍ତ୍ରୀକୁ ଭାଲୁ କାମୁଡିଥିବା ଖବର ପାଇ ଘଟଣା ସ୍ଥଳକୁ ସ୍ୱାମୀ ଓ ଝିଅ ଯାଇଥିବା ବେଳେ ଭାଲୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଫଳରେ ଉଭୟ ବାପଝିଅ ଗୁରୁତର ଆହାତ ହୋଇଥିଲେ । ଯାହାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ ଘଟଣାସ୍ଥଳରେ ପହଁଚି ନଥିବା ଜଣା ପଡିଛି ।

Get real time updates directly on you device, subscribe now.