fbpx

(Video) ବନ୍ଦ ଘରେ ଦମ୍ପତିଙ୍କୁ ଲଗାଇଦେଲେ ନିଆଁ: ଗୁରୁତର ଅବସ୍ଥାରେ SCBକୁ ସ୍ଥାନାନ୍ତର

କେନ୍ଦୁଝର: ବନ୍ଦ ଘରେ ନିଆଁ ଲାଗି ପରିବାରର ଦମ୍ପତି ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦମ୍ପତିଙ୍କୁ ପଡୋଶୀମାନେ ଉଦ୍ଧାର କରିଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ବର୍ବରୋଚିତ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧକୋଠ ଗାଁରେ ଘଟିଯାଇଛି । କେହି ଦୁର୍ବୃତ୍ତ ବାହାରପଟୁ ଘର ବନ୍ଦ କରି ନିଆଁ ଲାଗଇ ଦେଇଥିବା ସନ୍ଦେହ କରାଯାଉଛି ।

ତେବେ ସ୍ୱାମୀ-ସ୍ତ୍ରୀ ଶୋଇଥିବା ସମୟରେ ବାହାରପଟୁ ତାଲା ପକାଇ ଦୁର୍ବୃତ୍ତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ । ଧକୋଠ ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତି ପଲେଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ରାତି ଉଭୟ ସ୍ୱାମୀ ସ୍ତ୍ରୀ ଖାଇ ସାରିବା ପରେ ତାଙ୍କ ରୋମ୍ ରେ ଶୋଇଥିଲେ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ଆସି ପ୍ରଥମେ ତାଙ୍କ ରୁମ୍ ସମେତ ଆଖପାଖ ପୋଡୋଶୀ ଘର ଗୁଡିକରେ ପ୍ରଥମେ ବାହାର ପଟୁ ତାଲା ପକାଇ ଥିଲେ । ପରେ ତାଙ୍କରେ ପେଟ୍ରୋଲ୍ ପକାଇ ନିଆଁ ଲଗାଇଥିଲେ ।

ତାଙ୍କ ଚିତ୍କାର ଶୁଣି ଆଖପାଖ ପଡୋଶୀ ଘର ଗୁଡିକରେ ମଧ୍ୟ ବାହାର ପଟୁ ତାଲା ପଡିଥିବା କାରଣରୁ ଚେଷ୍ଟା କରିଥିଲେ ମଧ୍ୟ ଶିଘ୍ର ଆସିପାରି ନଥିଲେ । କିଛିସମୟ ପରେ ଆସି ତାଙ୍କ ରୁମରେ ପଡିଥିବା ତାଲାକୁ ଭାଙ୍ଗି ଖୋଲିଥିଲେ । ଉଭୟଙ୍କୁ ପ୍ରଥମେ ହରିଚନ୍ଦନପୁର୍ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.