fbpx

ହେ ଭଗବାନ! ଗୋଟିଏ ଦୁର୍ଘଟଣା ପରେ ପୁଣି ଆଉ ଗୋଟିଏ ଦୁର୍ଘଟଣା: ଚାଲିଗଲା ୩୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ବଡ଼ଧରଣର ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ଘଟିଥାଏ । ଡ୍ରାଇଭରଙ୍କ ଭୁଲ ପାଇଁ ଅକାରଣରେ ଅନେକ ନିରୀହ ଜୀବନ ଚାଲିଯାଇଥାଏ । ତେବେ ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଗୋଟିଏ ଦୁର୍ଘଟଣାର ଆହତଙ୍କୁ ହସ୍ପିଟାଲ ନିଆଯାଉଥିବା ବେଳେ ଆଉ ହଠାତ୍ ସେମାନଙ୍କୁ ଏକ ବସ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ଏଭଳି ଭୟଙ୍କର ଦୁର୍ଘଟଣା ତୁର୍କୀର ଏକ ରାଜପଥରେ ଘଟିଛି । ସଡ଼କ ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଚାନକ ଏହି ସମୟରେ ଏକ ବସ୍ ନିୟନ୍ତ୍ରଣ ହରାଇଥିଲା ଓ ଡଜନ ଡଜନ ଲୋକଙ୍କୁ ମାରି ଦେଇଥିଲା । ଏହି ଦୁର୍ଘଟଣାରେ ପାଖାପାଖି ୩ ଡଜନ ଲୋକଙ୍କର ମୃତ୍ୟୁ ଘଟିଥିଲା । ଦକ୍ଷିଣ ତୁର୍କୀଠାରୁ ପାଖାପାଖି ୨୫୦ କିମି ଦୂରରେ ଘଟିଥିବା ଏହି ଦୁର୍ଘଟଣାରେ ଅତି କମରେ ୩୫ ଜଣ ଲୋକ ପ୍ରାଣ ହରାଇଥିଲେ ।

ଏକ ରିପୋର୍ଟ ମୁତାବକ, ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୬ ଜଣ ଲୋକ ପ୍ରାଣ ହରାଇଥିଲେ । ଏଥିସହ ୨୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହିପରି ଅନ୍ୟ ଏକ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୫ ଜଣ ପ୍ରାଣ ହରାଇଛନ୍ତି । ସକାଳ ପାଖାପାଖି ୧୦.୪୫ରେ ଏକ ଯାତ୍ରୀ ବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫାୟାର ବ୍ରିଗେଡ, ଚିକିତ୍ସକ ଦଳ ଓ ଅନ୍ୟ ସହଯୋଗୀ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ସେମାନଙ୍କୁ ହଠାତ୍ ଏକ ବସ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି । ଏହି ଦୁଃଖଦ ସମ୍ବାଦ ପାଇବା ପରେ ତୁର୍କୀ ଗୃହମନ୍ତ୍ରୀ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.