fbpx

ବଜ୍ରପାତ ସାଜିଲା କାଳ ! ବାରିପଦାରେ ୩ ନାବାଳକଙ୍କ ମୃତ୍ୟୁ

ବାରିପଦା(ଓଡ଼ିଶା ଭାସ୍କର): ବଜ୍ରପାତ ସାଜିଲା କାଳ । ଭୟଙ୍କର ବଜ୍ରପାତ ଯୋଗୁଁ ୩ ନାବାଳକଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବାରିପଦାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁରେ ଘଟିଛି ।

ସୂଚନା ମୁତାବକ, ୩ ନାବାଳକ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ବର୍ଷା ହେବାରୁ ୩ ଜଣ ଗଛ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ଦୁଃଭାଗ୍ୟବଶତଃ ଗଛ ଉପରେ ବଜ୍ର ପଡ଼ିବାରୁ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ୩ ନାବାଳକଙ୍କ ସହ ୧୮ଟି ଛେଳି ମଧ୍ୟ ମରିଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.