fbpx

ସାମ୍ନାକୁ ଆସିଲା କରୋନାର ଆଉ ୩ଟି ସାଙ୍ଘାତିକ ଲକ୍ଷଣ, ତାଲିକାଭୁକ୍ତ କଲା ଆମେରିକାର ‘ସିଡିସି’

ସାରା ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେବାରେ ବସିଲାଣି । କିନ୍ତୁ ଦିନକୁ ଦିନ କରୋନା ବିଷୟରେ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ କରୋନାର ଆଉ ୩ଟି ଲକ୍ଷଣ ସାମ୍ନାକୁ ଆସିଛି । ଏହି ୩ଟି ଲକ୍ଷଣକୁ କରୋନା ତାଲିକାରେ ଅନ୍ତର୍ଭୁକ୍ତ କରିଛି ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ୱାସ୍ଥ୍ୟ ସଂସ୍ଥାନ ‘ଦ ସେର୍ଣ୍ଟ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ ବା (ସିଡିସି) ।

ସେହି ୩ଟି ନୂଆ ଲକ୍ଷଣଗୁଡିକ ହେଉଛି, ନାକ ରୁନ୍ଧ ହେବା ଓ ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା । ବର୍ତ୍ତମାନ ସୁଦ୍ଧା ‘ସିଡିସି’ ଏହି ମହାମାରୀ ଭୂତାଣୁ ସଂକ୍ରମଣର ୧୨ଟି ଲକ୍ଷଣ ତାଲିକାଭୁକ୍ତ କରିଥିଲା । ଏହା ପୂର୍ବରୁ ‘ସିଡିସି’ ଜ୍ୱର, ଥଣ୍ଡା, କାଶ, ଅଣନିଃଶ୍ୱାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ୱାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା । ଖୁବ୍ ଶୀଘ୍ର ‘ସିଡିସି’ ଉପରୋକ୍ତ ତିନୋଟି ଲକ୍ଷଣକୁ ମଧ୍ୟ ତାଲିକାଭୁକ୍ତ କରିବାକୁ ଯାଉଛି ।

ଅନ୍ୟପଟେ କରୋନା ଆରମ୍ଭରୁ ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା । ତାହା ହେଉଛି ଜ୍ୱର, କାଶ ଏବଂ ଅଣନିଃଶ୍ୱାସୀ ଲାଗିବା । କିନ୍ତୁ ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସେଥିରେ ସାମିଲ କରିଥିଲା ।

Get real time updates directly on you device, subscribe now.