fbpx
BSKY
BJD SHG SKY
BJD MC SKY

SC/ST ବିଭାଗର ୩ MoU ସ୍ବାକ୍ଷରିତ

ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): SC/ST ଉନ୍ନୟନ ବିଭାଗ ପକ୍ଷରୁ ୩ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । SC/ST ପିଲାଙ୍କ ଶୈକ୍ଷିକ ବୃତ୍ତିର ଉନ୍ନତି ପାଇଁ ପିପୁଲ ଫର୍‌ ଆକ୍ସନ୍‌ ସହ MoU ସ୍ବାକ୍ଷରିତ ହୋଇଛି । ଅନ୍‌ଲାଇନ୍‌ରେ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ବୁଝାଇବ ସଂସ୍ଥା । ଦଶମ ଶ୍ରେଣୀ ପିଲାଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ ଡିଜିଟାଇଜ୍‌ କରିବାକୁ ପଦକ୍ଷେପ ନିଆଯାଇଛି ।

ଆଭେଟି ଲର୍ଣ୍ଣିଂ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଭିଡିଓ ପାଠପଢ଼ା, ଅନ୍‌ଲାଇନ୍‌ରେ ଅଭ୍ୟାସ,ପରୀକ୍ଷା ଓ ମୂଲ୍ୟାଙ୍କନ ହେବ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଗୁଣାତ୍ମକ ଶିକ୍ଷା ପାଇଁ PFEL ସହ ବୁଝାମଣା ହୋଇଛି । ହଷ୍ଟେଲ୍‌ରେ ପିଲାଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିବ PFEL । ସରକାରୀ ସହାୟତାରେ ଫେଲୋସିପ୍‌ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.