fbpx
BSKY
BJD SHG SKY
BJD MC SKY

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡ

୨୦୧୫ରେ ପୀଡ଼ିତା ଜଣକ ଦୁଷ୍କର୍ମର ଶିକାର ହୋଇଥିଲେ । ପାଞ୍ଚ ବର୍ଷରେ ପକ୍ସୋ କୋର୍ଟ ତାଙ୍କ ରାୟରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ପୀଡ଼ିତାଙ୍କୁ ୨ ଲକ୍ଷ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ୨୦୧୫ ମସିହା ମାର୍ଚ୍ଚ ୯ ତାରିଖ ଦିନ ଦୁଷ୍କର୍ମର ଶିକାର ହୋଇଥିଲେ । ତେବେ, ଦୁଷ୍କର୍ମକାରୀକୁ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି । ଯଦି କୌଣସି କାରଣରୁ ଦୁଷ୍କର୍ମକାରୀ ଉକ୍ତ ଜରିମାନା ଦେବାରେ ଅକ୍ଷମତା ପ୍ରକାଶ କରେ, ତେବେ ୧ ବର୍ଷ ଜେଲ ଦଣ୍ଡାଦେଶ ବଢ଼ାଇ ଦିଆଯିବ ବୋଲି କୋର୍ଟ ରାୟ ଦେଇଛନ୍ତି । ଏହାଛଡ଼ା ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.