fbpx
BSKY
BJD SHG SKY
BJD MC SKY

ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୭ ।୧୨: ନୂଆ କୃଷି ଆଇନକୁ ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚିଠିରେ କୃଷିମନ୍ତ୍ରୀ ଲେଖିଛନ୍ତି ଯେ, ‘ଏମଏସପି ଜାରି ଅଛି, ଆଗକୁ ଏହାର ଜାରି ରହିବ । ୬ ବର୍ଷରେ ଏମଏସପି ଜରିଆରେ ଦୁଇଗୁଣା ଅର୍ଥ ଦିଆଯାଇଛି । କୃଷି ଆଇନକୁ ନେଇ ଭ୍ରମ ସୃଷ୍ଟି କରାଯାଉଛି । ମଣ୍ଡି ବ୍ୟବସ୍ଥା ଅଛି, ଆଗକୁ ମଧ୍ୟ ରହିବ । ରାଜନୀତି ପାଇଁ କିଛି ମିଛ ପ୍ରଚାର କରାଯାଉଛି । କୃଷକମାନେ ମିଥ୍ୟାଚାରୀଙ୍କୁ ଚିହ୍ନି ତାଙ୍କୁ ଖାରଜ କରନ୍ତୁ । କୃଷକଙ୍କ ଜମି ଉପରେ କୌଣସି ପ୍ରକାର ବିପଦ ନାହିଁ । ଏଗ୍ରିମେଣ୍ଟ ଫସଲ ପାଇଁ ହେବ, ଜମି ପାଇଁ ନୁହେଁ । କୃଷକଙ୍କୁ ନିର୍ଦ୍ଧାରିତ ସମୟରେ ଦେୟ ପ୍ରଦାନ କରାଯିବ । ନିର୍ଦ୍ଧାରିତ ସମୟରେ ଦେୟ ନଦେଲେ ଜରିମାନା ଲାଗୁ ହେବ ।’

Get real time updates directly on you device, subscribe now.