୩ ଜଣ ଓଡ଼ିଆ ଖେଳିଳାଙ୍କୁ ‘ବିଶ୍ୱକପ୍’ ସୁଯୋଗ: Team Indiaରେ ମିଳିଲା ସୁଯୋଗ

ବିଶ୍ୱକପ୍ ଖୋ-ଖୋ ଦଳରେ ୩ ଓଡ଼ିଆ ସାମିଲ: ୧୩ ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ବିଶ୍ୱକପ୍ ଦଳରେ ଓଡ଼ିଆ ଖେଳାଳିଙ୍କୁ ମିଳିଲା ସୁଯୋଗ । ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଖୋ-ଖୋ ବିଶ୍ୱକପରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ ୩ ଓଡ଼ିଆ ଖେଳାଳି ।

ଏହି ଖେଳାଳିଙ୍କୁ ସୁଯୋଗ: ଓଡ଼ିଶାର ୩ ଜଣ ଷ୍ଟାର ଖୋ-କୋ ଖେଳାଳିଙ୍କୁ ଭାରତୀୟ ଦଳରେ ଖେଳିବାର ସୁଯୋଗ ମିଳିଛି । ପବନି ଶବର ପୁରୁଷ ଖୋ-କୋ ଦଳରେ ସ୍ଥାନ ପାଇଥିବା ବେଳେ ମାଗାଇ ମାଝୀ ଏବଂ ଶୁଭଶ୍ରୀ ସିଂ ମହିଳା ଖୋ-ଖୋ ଦଳରେ ଚୟନ ହୋଇଛନ୍ତି ।

ଓଡ଼ିଶା ଦଳରେ ଥିଲେ ସାମିଲ: ଭାରତୀୟ ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ପୂର୍ବରୁ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ସାରିଛନ୍ତି ଏହି ୩ ଜଣ ଷ୍ଟାର ପ୍ଲେୟର ।

ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ଜାନୁଆରୀ ୧୩ ରୁ ୧୯ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଖୋ ଖୋ ବିଶ୍ୱକପ୍‌ରେ ମୋଟ ୨୦ ପୁରୁଷ ଏବଂ ୧୯ ମହିଳା ଦଳ ଅଂଶଗ୍ରହଣ କରିବେ।

ଜାନୁଆରୀ ୨୦୨୫ ରୁ ଡିସେମ୍ବର ୨୦୨୭ ପର୍ୟ୍ୟନ୍ତ ଆଗାମୀ ତିନି ବର୍ଷ ପାଇଁ ଓଡ଼ିଶା ସରକାର ଜାତୀୟ ଖୋ ଖୋ ଦଳକୁ ପ୍ରାୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଶ୍ୱକପ୍ ପାଇଁ ଭାରତୀୟ ଦଳ(ପୁରୁଷ): ପ୍ରତୀକ ୱାଇକର (ଅଧିନାୟକ), ପବନି ଶବର, ମେହୁଲ, ସଚିନ୍ ଭାର୍ଗୋ, ସୁୟାଶ ଗାର୍ଗଟେ, ରାମଜୀ କାଶ୍ୟପ୍, ଶିବା ପୋଥିର ରେଡ୍ଡୀ, ଆଦିତ୍ୟଗଣପୁଲେ, ଗୌତମ ଏମ.କେ, ନିଖିଲ ବି, ଆକାଶ କୁମାର, ସୁବ୍ରମଣି ଭି, ସୁମନ ବର୍ମନ, ଅନିକେତ ପୋଟେ, ଏସ. ରୋକେସନ୍ ସିଂହ

ଷ୍ଟାଣ୍ଡବାଏ: ଅକ୍ଷୟ ବାଙ୍ଗର, ରାଜବର୍ଦ୍ଧନ ଶଙ୍କର ପାଟିଲ, ବିଶ୍ୱନାଥ ଜାନକୀରାମ

ବିଶ୍ୱକପ୍ ପାଇଁ ଭାରତୀୟ ଦଳ(ମହିଳା): ପ୍ରିୟଙ୍କା ଇଙ୍ଗଲ(ଅଧିନାୟକ), ଅଶ୍ୱିନୀ ସିନ୍ଦେ, ରେସମା ରାଥୋଡ, ଭିଲାର ଦେବଜିଭାଇ, ନିର୍ମଳା ଭାଟି, ନୀତା ଦେବୀ, ଚୌତ୍ରା ଆର., ଶୁଭଶ୍ରୀ ସିଂ, ମାଗାଇ ମାଝୀ, ଆନସୁ କୁମାରୀ, ବୈଷ୍ଣବୀ ବଜରଙ୍ଗ, ନସରୀନ ଶେଖ୍, ମିନୁ, ମୋନିକା, ନାଜିଆ ବିବି

ଷ୍ଟାଣ୍ଡବାଏ: ସମ୍ପଦା ମୋରେ, ରିତିକା ସିଲୋରିୟା, ପ୍ରିୟଙ୍କା ଭୋପି