fbpx

ସାଙ୍ଘାତିକ ସ୍ଥିତିରେ ଓଡିଶା: ଦିନକରେ ୩୧୧୪ ପଜିଟିଭ ଚିହ୍ନଟ ଓ ୪ ମୃତ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୧୭।୪(ଓଡିଶା ଭାସ୍କର) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୩୧୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୧ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୯ ଜିଲ୍ଲାରେ ୧୦୦ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରଖିଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୪ହଜାର ୫୯୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୩ ହଜାର ୫୨୨ ରହିଥିବା ବେଳେ ୧୯ ହଜାର ୦୭୭ ଜଣ ଚିକିତ୍ସିତ ହେଉଛନ୍ତି ।

ତେବେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୪୯୭, ନୂଆପଡାରୁ ୩୯୫, ବରଗଡରୁ ୧୫୬, ସମ୍ବଲପୁରରୁ ୧୪୯, କଟକ ୧୪୦, ପୁରୀ ୧୨୯, କେନ୍ଦୁଝର ୧୨୮, ଝାରସୁଗୁଡାରୁ ୧୧୯, ଷ୍ଟେଟପୁଲରୁ ୧୧୦, ନରବଙ୍ଗପୁର ୯୬, ବଲାଙ୍ଗିର୯୨, ଯାଜପୁର ୭୬, ମୟୁରଭଞ୍ଜ ୬୮, ଗଜପତି ୬୭, କଳାହାଣ୍ଡି ୫୩, ଭଦ୍ରକ ୫୧, ଅନୁଗୁଳ ୪୯, ରାୟଗଡା ୪୪, ଗଞ୍ଜାମରେ ୪୪, ନୟାଗଡ ୨୯, ବାଲେଶ୍ୱର ୨୮, ଦେବଗଡ ୨୧, ଜଗତସିଂହପୁର ୧୮, କୋରାପୁଟ ୧୮ ଏବଂ କନ୍ଧମାଳ ୧୩, ବୌଦ୍ଧ ୭, ମାଲକାନଗିରି ୪, ସୁବର୍ଣ୍ଣପୁର ୪, ଢେଙ୍କାନାଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ ଆଜି କରୋନାରେ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୪୨କୁ ବୃଦ୍ଧି ପାଇଛି । ମୃତକମାନେ ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.