fbpx

ହାଇଦରକୁ ହେଲା କରୋନା, ରିମାଣ୍ଡ ସ୍ଥଗିତ

କଟକ,୧୭।୪(ଓଡିଶା ଭାସ୍କର) : ତେଲେଙ୍ଗାନାରୁ ଧରା ପଡିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ନେଇ ଆସିଛି ବଡ ଖବର । ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ ହୋଇଛି। ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା ଜଣାଯାଇଛି। ଗତକାଲି ପ୍ରଥମେ ହାଇଦରର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ରିପୋର୍ଟ ନେଗେଟିଭ ଆସିବାରେ ତାହାର ଆରଟିପିସିଆର ଟେଷ୍ଟ ହୋଇଥିଲା। ସେଥିରେ ସେ କରୋନା ପଜିଟିଭ ଆସିଛି। ଏନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ପଜିଟିଭ ରିପୋର୍ଟ ଆସିବା ପରେ ହାଇଦରର ରିମାଣ୍ଡ ନିଷ୍ପତ୍ତିକୁ ସ୍ଥଗତି ରଖିଛି ପୋଲିସ । ଆଜିଠାରୁ ହାଇଦର ୭ ଦିନିଆ ରିମାଣ୍ଡରେ ଯିବାର ଥିଲା। ହାଇଦର କରୋନା ପଜିଟିଭ ଜଣାପଡିବା ପରେ ତାକୁ ଚୌଦ୍ୱାର ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ଆଇସୋଲେସନ ସମୟ ଅବଧି ସରିଲେ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିବ। ଏନେଇ ଆଜି କୋର୍ଟଙ୍କୁ ଅବଗତ କରିବ କମିସନରେଟ ପୋଲିସ । ହାଇଦରର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଏହା ସହ ହାଇଦରକୁ ଆଣିବା ପାଇଁ ତେଲେଙ୍ଗାନା ଯାଇଥିବା ଓଡ଼ିଶା ପୋଲିସ ଟିମର କିଛି ଅଧିକାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.