ଇଣ୍ଡିଆନ ରେଲୱେରେ ୩୨ ହଜାର ପଦ ପୂରଣ ହେବ: ଲୋକୋ ପାଇଲଟ, SI, ଟେକ୍ନିସିଆନଙ୍କୁ ଦିଆଯିବ ନିଯୁକ୍ତି!

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଭାରତୀୟ ରେଳବାଇରେ ୩୨ ହଜାର ପଦ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଲୋକୋ ପାଇଲଟ, ସବ-ଇନ୍ସପେକ୍ଟର, ଟେକ୍ନିସିଆନଙ୍କ ସମେତ ଅନେକ ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ୨୦୧୪ରୁ ୨୦୨୪ ମଧ୍ୟରେ ୫.୦୨ ଲକ୍ଷ ପ୍ରାର୍ଥୀଙ୍କୁ ଚାକିରି ଦିଆଯାଇଛି । ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାରର କାର୍ଯ୍ୟକାଳରେ ଦିଆଯାଇଥିବା ୪.୧୧ ଲକ୍ଷ ଚାକିରି ଠାରୁ ଏହା ୨୫ ପ୍ରତିଶତ ଅଧିକ ବୋଲି ଲୋକସଭାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ରେଳ ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ବିଭିନ୍ନ ଗ୍ରୁପ ସି ପୋଷ୍ଟ ପାଇଁ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ଫଳରେ ନିଯୁକ୍ତି ପରିଚାଳନା ପ୍ରଣାଳୀରେ ସୁଧାର ଅଣାଯାଇ ପାରିବ । ଗତ ମାର୍ଚ୍ଚ ସୁଦ୍ଧା ମୋଟ ୩୨,୬୦୩ ଖାଲି ପଦ ପୂରଣ ପାଇଁ ରେଲୱେ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଥିଲା । ସେଥିମଧ୍ୟରେ ଆରପିଏଫରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଟେକ୍ନିସିଆନ, ସବ-ଇନ୍ସପେକ୍ଟର ଓ କନଷ୍ଟେବଳ ପଦ ସାମିଲ ଥିଲା ।

Get real time updates directly on you device, subscribe now.