fbpx

ଡାକ୍ତର କହିଲେ ‘ତୁମେ ଜଣେ ମହିଳା’: ନିଜ ବିଷୟରେ ଏତେ ବଡ଼ କଥା ଜାଣି ଆଶ୍ଚର୍ଯ୍ୟ ହେଲେ ୩୩ ବର୍ଷୀୟ ପୁରୁଷ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ୟୁରିନ୍ ବା ମୂତ୍ରରେ ବ୍ଲଡ ଆସିବାକୁ ନେଇ ଚିନ୍ତାରେ ଥିଲେ । କିନ୍ତୁ ଡାକ୍ତରଙ୍କ ପାଖକୁ ଚେକଅପ୍ ପାଇଁ ଯିବା ପରେ ସେ ସତ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କ ଶରୀରରେ ଓଭାରି ଏବଂ ଗର୍ଭାଶୟ ମିଳିଥିଲା । କେବଳ ଏତିକି ନୁହେଁ,୨୦ ବର୍ଷ ଧରି ତାଙ୍କର ପିରିୟଡ ହେଉଥିଲା । ଡାକ୍ତରମାନେ କହିଥିଲେ ଯେ, ବାୟୋଲେଜିକାଲ ଭାବରେ ସେ ଜଣେ ମହିଳା ।

ଏହି ମାମଲା ଚୀନର ସିଚୁଆନ୍ ଅଞ୍ଚଳରୁ ସାମ୍ନାକୁ ଆସିଛି । ପରୀକ୍ଷା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ଉକ୍ତ ଯୁବକ ଜଣକ ପୁରୁଷ ଜେନିଟଲ ଅଙ୍ଗ ବ୍ୟତୀତ ମହିଳା ଯୌନ କ୍ରୋମୋଜୋମ୍, ଓଭାରୀ ଏବଂ ଗର୍ଭାଶୟ ସହିତ ଜନ୍ମ ହୋଇଥିଲେ ।

ରିପୋର୍ଟ ଅନୁସାରେ, ୩୩ ବର୍ଷିୟ ଚେନ୍ ଲିଙ୍କର ୟୁରିନରେ ରକ୍ତ ପଡ଼ୁଥିଲା । ଏହାର ଚେକଅପ୍ ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଚେକଅପ କରିବାକୁ ଜଣାପଡିଲା କି, ପ୍ରକୃତରେ ତାଙ୍କର ପିରିୟଡ ହେଉଥିଲା । ଯେଉଁ କାରଣରୁ ତାଙ୍କ ପରିସ୍ରାରୁ ରକ୍ତ ପଡୁଥିଲା । ଏହି ପ୍ରକ୍ରିୟା ଗତ ୨୦ ବର୍ଷ ଧରି ଚାଲିଥିଲା । ଏହା ଜାଣିବା ପରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଗତ ମାସରେ ଡାକ୍ତରମାନେ ତାଙ୍କ ଶରୀରରୁ ଓଭାରି ଏବଂ ଗର୍ଭାଶୟକୁ ବାହାର କରିବା ପାଇଁ ୩ ଘଣ୍ଟିଆ ଅସ୍ତ୍ରୋପଚାର କରିଥିଲେ । ସର୍ଜନ ଲୁଓ ଜିପିଙ୍ଗ କହିଛନ୍ତି ଯେ, ଚେନ୍ ଲି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ବର୍ତ୍ତମାନ ଶଯ୍ୟାରେ ଅଛନ୍ତି । ଖୁବ୍ ଶୀଘ୍ର ସେ ଜଣେ ପୁରୁଷ ପରି ସାଧାରଣ ଜୀବନଯାପନ କରିପାରିବେ । କିନ୍ତୁ ସେ କେବେ ବି ବାପା ହୋଇପାରିବେ ନାହିଁ ।

Get real time updates directly on you device, subscribe now.