fbpx

ରାଜ୍ୟରେ ୩୩୨ କରୋନା ପଜିଟିଭ

ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୩୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧରୁ ୧୮୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୮୯କୁ ବୃଦ୍ଧି ପାଇଛି । ସୁସ୍ଥ ୩ ଲକ୍ଷ ୧୯ ହଜାର ୬୯ ରହିଥିବା ବେଳେ ୩ ହଜାର ୧୫୬ ଜଣ ଏବେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ୫୧, ଅନୁଗୁଳରୁ ୩୫, ଖୋର୍ଦ୍ଧାରୁ ୨୯, କଟକରୁ ୨୭, ମୟୁରଭଞ୍ଜରୁ ୨୨, ପୁରୀରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

Get real time updates directly on you device, subscribe now.