ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୪ଟି ନୂଆ କୋର୍ଟ ପ୍ରତିଷ୍ଠା ହେବ । ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକରେ ଏହି ପ୍ରସ୍ତାବ ଉପରେ ଲାଗିଛି ମୋହର । ହାଇକୋର୍ଟଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।
ତେବେ ୫ଟି ସିଭିଲ ଜଜ୍ କୋର୍ଟକୁ ଅନୁମୋଦନ ମିଳିଛି । ଏହା ସହ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ କମିଟି ସ୍ଥିର କରିଛି । ପାରଳାଖେମୁଣ୍ଡିରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ୭ଟି ଜିଲ୍ଲା ଏବଂ ସେସନ କୋର୍ଟ କୋର୍ଟ ପ୍ରତିଷ୍ଠା ହେବ । ଏଥିପାଇଁ ୨୧.୨୬ କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଥିବା ନେଇ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି ।