fbpx

୫ ପଇସାରେ ମିଳିବ ୩୫ ବ୍ୟଞ୍ଜନର ଥାଳି: ପ୍ରୋମୋଶନ ପାଇଁ ରେଷ୍ଟୁରାଣ୍ଟର ଭିନ୍ନ ଅଫର

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟ ଲୋକଙ୍କ ପାଇଁ ଭୋଜନର ଏକ ନିଆରା ଅଫର ଦେଇଥିଲା । ମାତ୍ର ୫ ପଇସାରେ ଅସୀମିତ ଖାଦ୍ୟ ପରଷିଥିଲା । ବିଜୟୱାଡାରେ ଅବସ୍ଥିତ ରାଜଭୋଗ ରେଷ୍ଟୁରାଣ୍ଟ ୩୫ ପ୍ରକାରର ଭିନ୍ନ ଭିନ୍ନ ବ୍ୟଞ୍ଜନର ଅନଲିମିଟେଡ ଥାଲି ପରଷିଥିଲା ।

ରେଷ୍ଟୁରାଣ୍ଟ ମାଲିକ ମୋହିତ କହିଛନ୍ତି ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ହୋଇଥିଲା । ଏତେ ସଂଖ୍ୟାରେ ଲୋକ ଆସିବେ ବୋଲି ସେ ଆଶା କରି ନଥିଲେ । ସେ କେବଳ ୩୦୦-୪୦୦ ଗ୍ରାହକଙ୍କୁ ଆଶା କରୁଥଲେ କିନ୍ତୁ ତାଙ୍କର ପୋଷ୍ଟ ଭାଇରାଲ ହୋଇ ମାତ୍ର ତିନି ଦିନ ମଧ୍ୟରେ ଏହା ବହୁତ ଲୋକପ୍ରିୟ ହୋଇଥିଲା ।

ମୋହିତ କହିଛନ୍ତି ଏହା ପ୍ରୋମୋଶନ ପାଇଁ ଏକ ନିଆରା ଉପାୟ ଥିଲା । ସେ ୫ ପଇସା ଅଫର ସହିତ ପ୍ରୋମୋସନ କରିଥିଲେ । ପ୍ରଥମେ ୫୦ଟି ଥାଳିକୁ ୫ ପଇସାରେ ମାଗଣାରେ ବିକ୍ରି କରିଥିଲେ ଏବଂ ୧୦୦୦ ରୁ ଅଧିକ ଗ୍ରାହକଙ୍କୁ ୫୦ ପ୍ରତିଶତ ରିହାତିରେ ଥାଳି ପରଷିଥିଲେ । ଏହା ରେଷ୍ଟୁରାଣ୍ଟ ପାଇଁ ଏକ ବଡ ସଫଳତା । ଏହା ୩୫ ଟି ଭିନ୍ନ ଭିନ୍ନ ଖାଦ୍ୟର ଏକ ଅନଲିମିଟେଡ ଥାଳି ଥିଲା ଯେଉଁଥିରେ ଗୁଜୁରାଟୀ, ରାଜସ୍ଥାନୀ ଏବଂ ଉତ୍ତର ଭାରତୀୟ ଖାଦ୍ୟ ସାମିଲ ଥିଲା ।

Get real time updates directly on you device, subscribe now.