fbpx

ବଡ଼ ନିଷ୍ପତ୍ତି: ବିବାହ ପୂର୍ବରୁ ସେକ୍ସ ବ୍ୟାନ! ନିୟମ ଉଲ୍ଲଂଘନ କଲେ ସିଧା ଯିବେ ଜେଲ୍

ନୂଆଦିଲ୍ଲୀ: ବିବାହ ଓ ଶାରୀରିକ ସମ୍ପର୍କକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି । ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ପୂରାତନ ପରମ୍ପରା ଅନୁଯାୟୀ ଗ୍ରହଣ କରାଯାଉ ନଥିଲେ ହେଁ ଆଧୁନିକତାର ଦ୍ୱାହି ଦେଇ ଆଜିକାଲି ଏହାକୁ କେହି ମାନୁ ନାହାନ୍ତି । ଏପରିକି ବିବାହ ପୂର୍ବରୁ ଯୁବକ ଓ ଯୁବତୀମାନେ ଲିଭ-ଇନରେ ମଧ୍ୟ ରହୁଥିବାର ଦେଖାଯାଉଛି ।

ତେବେ ଏହା ମଧ୍ୟରେ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ନେଇ କଠୋର ନିୟମ ଲାଗୁ ହେବାକୁ ଯାଉଛି । ଯଦି ବିବାହ ପୂର୍ବରୁ ବା ପରେ କେହି ପର ପୁରୁଷ ବା ନାରୀଙ୍କ ସହ ଯୌନ ସମ୍ବନ୍ଧ ସ୍ଥାପନ କରନ୍ତି, ତେବେ ତାହାକୁ ଅପରାଧ ଭାବେ ବିବେଚନା କରାଯିବ । ଏନେଇ ନୂଆ ଆଇନ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । ଇଣ୍ଡୋନେସିଆ ସରକାର ଏପରି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

ନୂଆ ଆଇନ ଅନୁଯାୟୀ, କେବଳ ପତି ଓ ପତ୍ନୀ ଶାରୀରିକ ସମ୍ପର୍କ ରକ୍ଷା ନେଇ ଅଧିକାର ପାଇବେ । ଯଦି ବିବାହ ପରେ କୌଣସି ପୁରୁଷ ବା ନାରୀ ଏହି ଆଇନକୁ ଅମାନ୍ୟ କରନ୍ତି ତେବେ ସେଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିପାରେ । ଏଥିସହିତ ତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ ହୋଇପାରେ । ଇଣ୍ଡୋନେସିଆ ସରକାର ଏହି ନୂଆ ଆଇନର ପ୍ରସ୍ତାବକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ସରକାର ଏହାକୁ ସଦନରେ ଉପସ୍ଥାପନ କରିବା ପରେ ତାହା ଆଇନ ଭାବେ କାର୍ଯ୍ୟକାରୀ ହେବ । ଆସନ୍ତା ସପ୍ତାହରେ ଏହି ପ୍ରସ୍ତାବକୁ ସଦନରେ ପାରିତ କରାଯିବ ବୋଲି ଜଣାପଡ଼ିଛି ।

ଯେତେବେଳେ ଜଣେ ପତି, ପତ୍ନୀ ବା ପିତାମାତା ଏନେଇ ଅଭିଯୋଗ କରିବେ ସେତେବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋର୍ଟରେ ଟ୍ରାଏଲ ହେବା ପୂର୍ବରୁ ଅଭିଯୋଗ ପ୍ରତ୍ୟାହାର କରାଯାଇପାରିବ । ମାତ୍ର ଟ୍ରାଏଲ ଆରମ୍ଭ ହେବା ପରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତିନି ବର୍ଷ ପୂର୍ବେ ଦେଶରେ ଏହି ଆଇନ ଲାଗୁ ହେବା ନେଇ ପ୍ରସ୍ତୁତି ହୋଇଥିଲା । ମାତ୍ର ସେ ସମୟରେ ହଜାର ହଜାର ଲୋକ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Get real time updates directly on you device, subscribe now.