RBI ଜାରି କରିଛି କି ୩୫୦ ଏବଂ ୫ ଟଙ୍କିଆର ନୂଆ ନୋଟ? ଭାଇରାଲ ହେଉଛି ଫଟୋ
ଖୁବ ଜୋରରେ ବର୍ତ୍ତମାନ ୩୫୦ ଟଙ୍କିଆ ଏବଂ ୫ ଟଙ୍କିଆର ନୂଆ ନୋଟ। ଜାଣନ୍ତୁ ଏହାକୁ ଆରବିଆଇ ଜାରି କରିଛି କି ନାହିଁ?
ନୂଆଦିଲ୍ଲୀ: କଳାଧନକୁ ଆୟତ୍ତ କରିବା ଲାଗି ଆରବିଆଇ ୨୦୧୬ରେ ପୁରୁଣା ୫୦୦ ଟଙ୍କିଆ ଏବଂ ୧୦୦୦ଟଙ୍କିଆ ନୋଟକୁ ବନ୍ଦ କରିଦେଇଥିଲା. ଏହାପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଅଣାଯାଇଥିଲା।
ବଡ଼ ନୋଟରେ କଳା ଧନ ବଢିଥାଏ। କିନ୍ତୁ ଆରବିଆଇ ୨୦୦୦ ଟଙ୍କିଆ ନୋଟ କାହିଁକି ଆଣିଥିଲା, ଏହା ଲୋକେ ବୁଝିପାରିଲେ ନାହିଁ। ଏଥିସହ ଆରବିଆଇ ୨୦୦ ଟଙ୍କିଆ ନୋଟକୁ ବଜାରରେ ପ୍ରଚଳନ କରିଥିଲା।
୨୦୨୩ରେ ଆରବିଆଇ ପୁଣିଥରେ ନୋଟବନ୍ଦୀ କରି ୨୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରିଥିଲା।୨୦୨୪ ଶେଷ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ ଆରବିଆଇ ପାଖକୁ ପଳାଇଛି।
୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ପରେ ୫୦୦ ଟଙ୍କିଆ ନୋଟ ସବୁଠୁ ବଡ଼ ନୋଟ ସବୁଠୁ ବଡ଼ ନୋଟ ହୋଇଛି। ସୋସିଆଲ ମିଡିଆ ମାଧ୍ୟମରେ ଏହି ଖବର ଜୋରରେ ପ୍ରସାରିତ ହେଉଛି ଯେ, ବର୍ତ୍ତମାନ ବଜାରକୁ ୩୫୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ ଆସିଛି।
ଏହାର ଫଟୋ ମଧ୍ୟ ଖୁବ ଜୋରରେ ଭାଇରାଲ ହେଉଛି। କୁହାଯାଉଛି ଯେ, ଆରବିଆଇ ଏହି ନୋଟ ଜାରି କରିଛି।
ତିନି ବର୍ଷ ପୂର୍ବରୁ ମଧ୍ୟ ଏହା ଭାଇରାଲ ହୋଇଥିଲା। ବର୍ତ୍ତମାନ କିଛି ଲୋକେ ଏହାକୁ ପୁଣିଥରେ ସେୟାର କରିଛନ୍ତି। ଏହି ଫଟୋ ନକଲି ଅଟେ। ଆରବିଆଇ କହିଛି ଯେ, ସେ କୌଣସି ନୂଆ ନୋଟ ଜାରି କରିନାହିଁ।
୫, ୧୦, ୨୦, ୫୦, ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ପ୍ରଚଳନ ହେଉଛି। ୨ ଟଙ୍କିଆ ଏବଂ ୫ ଟଙ୍କିଆ ମୁଦ୍ରା ବି ଅଛି, ଆରବିଆଇ ଏହାକୁ ଛପାଇବା ବନ୍ଦ କରିଦେଇଛି। ହେଲେ ଯାହା ବଜାରରେ ଅଛି ତାହା ଚାଲିଛି।