fbpx

୩୫୦ କର୍ମଚାରୀ ପାଲଟିଲେ କୋଟିପତି, Paytm IPO ବଦଳାଇଲା ଭାଗ୍ୟ

ନୂଆଦିଲ୍ଲୀ: ଶତାଧିକ କର୍ମଚାରୀଙ୍କୁ ପେଟିଏମ୍ ରାତାରାତି କୋଟିପତି ବନାଇ ଦେଇଛି । ପେଟିଏମର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ବା ଶେୟାର ବିକ୍ରି ନିକଟରେ ସମାପ୍ତ ହୋଇସାରିଛି । ୧୮ ହଜାର ୩୦୦ କୋଟି ମୂଲ୍ୟର ଏହି ଶେୟାର ଭାରତର ସବୁଠାରୁ ବଡ଼ ହୋଇଥିବା ବେଳେ ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସବୁଠାରୁ ବଡ଼ ଫିନଟେକ୍ ଆଇପିଓ ବୋଲି କୁହାଯାଉଛି । ତେବେ ଏହି ଆଇପିଓ ଫଳରେ ୩୫୦ ଜଣ କର୍ମଚାରୀ ଓ ଓ ପୂର୍ବତନ କର୍ମଚାରୀ କୋଟିପତି ପାଲଟି ଯାଇଛନ୍ତି । ଏମାନଙ୍କର ନିଟ୍ ସମ୍ପତ୍ତି ଅତିକମରେ ୧ କୋଟି ଟଙ୍କାରେ ପହଞ୍ଚିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଯେଉଁ ଦେଶରେ ଲୋକଙ୍କର ବାର୍ଷିକ ଆୟ ଦେଢ଼ ଲକ୍ଷରୁ କମ୍ ସେଠାରେ ଶେୟାରୁ ଏପରି ଲାଭ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଛି ।

ସିଦ୍ଧାର୍ଥ ନାମକ ଜଣେ ୩୯ ବର୍ଷୀୟ ଇଞ୍ଜିନିୟର ପୂର୍ବରୁ ପେଟିଏମରେ ଚାକିରି କରୁଥିବା ବେଳେ ଏବେ ସେ ଅନ୍ୟ ଏକ ଷ୍ଟାଟଅପ କମ୍ପାନୀରେ କାମ କରୁଛନ୍ତି । ତେବେ ତାଙ୍କ ପାଖରେ ଶେୟାର ଥବବାରୁ ସେ ରାତାରାତି କୋଟିପତି ପାଲଟି ଯାଇଛନ୍ତି ସେ ପେଟିଏମରେ ଯେତେବେଳେ ଯୋଗଦେଇଥିଲେ ସେତେବେଳେ ତାଙ୍କ ବାପା ତାଙ୍କ ଉପରେ ବିରକ୍ତ ହୋଇଥିଲେ ହେଁ ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିଥିଲେ । ଆଜି ତାଙ୍କ ବାପା ତାଙ୍କ ଉପରେ ବହୁତ ଖୁସି ଥିବା ସିଦ୍ଧାର୍ଥ ପ୍ରକାଶ କରିଛନ୍ତି । ସିଦ୍ଧାର୍ଥ ପେଟିଏମରେ ଯୋଗଦେବା ସମୟରେ ମୋଟ ୧୦୦୦ ଜଣ କର୍ମଚାରୀ ଥିବାବେଳେ ଏବେ ତାହା ୧୦ ହଜାର ଅତିକ୍ରମ କରିସାରିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.