fbpx
BSKY
BJD MC SKY
BJD YOUTH SKY

ଚାରଧାମ ଯାତ୍ରାରେ ହେଲାଣି ୩୯ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ, ସ୍ୱାସ୍ଥ୍ୟ ଡିଜି କହିଲେ କାରଣ    

ଉତ୍ତରାଖଣ୍ଡରେ ଚାରଧାମ ଯାତ୍ରା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ମହାନିର୍ଦ୍ଦେଶକ ଡା. ଶୈଲଜା ଭଟ୍ଟ କହିଛନ୍ତି ଯେ ଏହି ସବୁ ମୃତ୍ୟୁର କାରଣ ହାଇ ବ୍ଲଡ ପ୍ରେସର, ହାର୍ଟ ଆଟାକ୍ ଏବଂ ଉଚ୍ଚତା ସମ୍ବନ୍ଧୀୟ ସମସ୍ୟା କାରଣରୁ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛନ୍ତି । ଉତ୍ତରାଖଣ୍ଡରେ ଚଳିତ ବର୍ଷ ଚାରଧାମ ଯାତ୍ରା ଆରମ୍ଭ ହେବାର ମାତ୍ର ୧୩ ଦିନ ହୋଇଛି, ଆଉ ଏମିତିରେ ଏତେ ବଡ଼ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସ୍ୱାସ୍ଥ୍ୟ  ସେବା ଉପରେ ନେଇ ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୩ ମେ ରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଚାରଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗମ୍ଭୀରତାର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାର୍ଗଦର୍ଶିକା ଜାରି ହୋଇଛି ଏହା ସହ ମନ୍ଦିରରେ ହେଉଥିବା ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଧାମରେ ନିର୍ଦ୍ଧାରିତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧ ହଜାର ବୃଦ୍ଧି କରାଯାଇଛି ।

ଏହା ସହ ମେଡିକାଲ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ କୌଣସି ରୋଗରେ ପୀଡ଼ିତ ଲୋକଙ୍କୁ ନିଜ ଔଷଧ ଡାକ୍ତରଙ୍କ ରିପୋର୍ଟ ଏବଂ ଫୋନ୍ ନମ୍ବର ପାଖରେ ରଖିବାକୁ କୁହାଯାଇଛି । ଏହା ସହ ହାର୍ଟ ରୋଗୀ, ଶ୍ୱାସ ରୋଗୀ, ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । କୌଣସି ପ୍ରକାର ଅସୁସ୍ଥତା ଅନୁଭବ କଲେ ତୁରନ୍ତ ୧୦୪ ରେ ଫୋନ୍ କରିବାକୁ କୁହାଯାଇଛି ।

 

Get real time updates directly on you device, subscribe now.