fbpx

ବାତ୍ୟା ପାଇଁ ୩୬ ଟି ଟ୍ରେନ୍ କରାଗଲା ବାତିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ୍ ଚଳାଚଳ ବାତିଲ କରିଦିଆଯାଇଛି । ଆଜି ଓ ଆସନ୍ତାକାଲି ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳପଥ । ଆଜି ୩୬ଟି ଓ ଆସନ୍ତାକାଲି ୩୮ଟି ଟ୍ରେନ୍ ବାତିଲ । ୬ ତାରିଖରେ ଗୁଣୁପୁର-ପୁରୀ ଏକ୍ସପ୍ରେସ୍ ବାତିଲ ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ ।

ସୂଚନାଯୋଗ୍ୟ, ବାତ୍ୟା ଜୱାଦ୍ ପାଇଁ ୪ଟି ବନ୍ଦରକୁ ବିପଦ ସଙ୍କେତ ଜାରି ହୋଇଛି । ପୂରୀ, ଗୋପାଳପୁରରେ ୭ ନମ୍ବର ସଙ୍କେତ ଜାରି କରାଯାଇଛି । ସେହିପରି ପାରାଦ୍ୱୀପ ଓ ଧାମରାରେ ୪ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ତେବେ ପୁରୀରେ କାଲି ମଧ୍ୟାହ୍ନରେ ଜୱାଦ୍ ଉପକୂଳ ଛୁଇଁବ । ତେଣୁ ପୂରୀ ଉପରେ ପ୍ରଶାସନ କଡ଼ା ନଜର ରଖିଛି । ସେଠାରେ ବର୍ତ୍ତମାନ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ୍ ଟିମ୍ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ଅନ୍ୟପଟେ ପାରାଦୀପରେ ସର୍ବାଧିକ ୬୨ ମିମି ବର୍ଷା ରେକର୍ଡ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପ୍ରେସମିଟ୍ କରି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.