fbpx

ବସରୁ ୩୭.୫୦୦ କିଲୋଗ୍ରାମ ଗଞ୍ଜେଇ ଜବତ ସହ ପାଞ୍ଚ ଗିରଫ ଓ ଜଣେ ଫେରାର

ପଡିଆ/କାଲିମେଳା,(ଆପ୍ର)9/3: ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନାର ଜଗନ୍ନାଥ ମନ୍ଦିର ଚେକିଂ ପଇଣ୍ଟ ରେ ଗତକାଲି ରାତିରେ ଯାତ୍ରୀବାହୀ ବସ ଗେଲେକ୍ସି ରୁ ପାଖାପାଖି ୩୭.୫୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ମୋଟୁ ଥାନା ଅଧିକାରୀ ଏସ.କେ.ସାହୁ ଓ ତାଙ୍କ ସହକର୍ମୀ । ଉକ୍ତ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ହେଉଛନ୍ତି ମାଲକାନଗିରି ଥାନା ଅନ୍ତର୍ଗତ ଏମ୍.ଭି:- ୪୧ ନଂ ଗ୍ରାମର ରଞ୍ଜିତ ଡାକୁଆ ଙ୍କ ପୁଅ ଅଜିତ ଡାକୁଆ (୨୭), କୋରାପୁଟ ଜିଲ୍ଲାର ଜୟପୁର ସଦରର ଜୟନଗର ଗ୍ରାମର ପ୍ରେମାନନ୍ଦ ପାଢ଼ୀଙ୍କ ପୁଅ, ତଥା ବସ କଣ୍ଡକ୍ଟର ଅକ୍ଷୟ ପାଢ଼ୀ (୪୩), କୋରାପୁଟ ଜିଲ୍ଲା, ତଥା ଜୟପୁର ଥାନା ଅନ୍ତର୍ଗତ ଡଙ୍ଗରପାଉସୀ ଗ୍ରାମର ବୁଢା ଗଉଡ଼ ଙ୍କ ପୁଅ, ତଥା ବସ ହେଲ୍ପର ନବୀନ ଗଉଡ଼ (୨୧), ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଥାନା ର ଏମ୍.ପି.ଭି:- ୩୦ ନଂ ଗ୍ରାମର ବିମଲ ରାୟ ଙ୍କ ପୁଅ ତଥା ବସ ଡ୍ରାଇଭର ସୁଧନ୍ୟ ରାୟ (୩୫), ନୂଆଦିଲ୍ଲୀ ର ସୌରଭ ନଗର ସ୍ଥିତ ବଦ୍ରପୁର ର ଜୟତପୁର ଗ୍ରାମର ସମ୍ଭୁ ପାଠକ ଙ୍କ ପୁଅ ଅଭିଷେକ ପାଠକ (୧୭)), ମାଲକାନଗିରି ଜିଲ୍ଲାର ପାଣ୍ଡ୍ରିପାଣି ଅଞ୍ଚଳର ସନ୍ତୋଷ ନାମକ ଜଣେ ଫେରାର ଥିବା ଜଣାପଡିଛି । ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ପାଖରୁ ୫ ଟି ସ୍ମାର୍ଟ ଫୋନ, ନଗଦ ୫’୫୦୦/- ଟଙ୍କା ସହ ଗୋଟିଏ ଯାତ୍ରୀବାହୀ ବସ (ଗେଲେକ୍ସି ନଂ ଓଡ଼ି-୧୦-୩୧୧୧ ) କୁ ମୋଟୁ ଥାନା ଅଧିକାରୀ ଜବତ କରି U/S-20(b)(¡¡)C/25(A)/27(A)NDPS Act ରେ ଆଜି ଏକ ମାମଲା ରୁଜୁ କରିଛନ୍ତି । ଉକ୍ତ ଗଞ୍ଜେଇ ଚୋରା ଚାଲାଣରେ ଆଉ କେଉଁ କେଉଁ ଲୋକ ସମ୍ପୃକ୍ତ ଅଛନ୍ତି ତାହା ଜଣା ପଡି ନ ଥିବାରୁ ତଦନ୍ତ ଜାରି ରଖାଯାଇଛି ବୋଲି ମୋଟୁ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।

Get real time updates directly on you device, subscribe now.