fbpx

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୧୩୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୬୧୫, କଟକରୁ ୩୯୨, ପୁରୀରୁ ୩୮୭, ବଲାଙ୍ଗୀରରୁ ୧୬୩, ସୁନ୍ଦରଗଡ଼ରୁ ୧୫୭, ଯାଜପୁରରୁ ୧୪୦, ସୋନପୁରରୁୁ ୧୨୪, ନବରଙ୍ଗପୁରରୁ ୧୨୧, କେନ୍ଦ୍ରାପଡ଼ାରୁ ୧୧୬, ନୂଆପଡ଼ାରୁ ୧୦୭, ବାଲେଶ୍ୱରରୁ ୧୦୩, କୋରାପୁଟରୁ ୯୭, ଜଗତସିଂହପୁରରୁ ୯୪, ବରଗଡ଼ରୁ ୯୨, କନ୍ଧମାଳରୁ ୮୫, ରାୟଗଡ଼ାରୁ ୮୨, ସମ୍ବଲପୁରରୁ ୭୯, ଗଞ୍ଜାମରୁ ୭୧, ଝାରସୁଗୁଡ଼ାରୁ ୭୦, ନୟାଗଡ଼ରୁ ୬୯, ଢ଼େଙ୍କାନାଳରୁ ୬୫, କେନ୍ଦୁଝରରୁ ୬୩, ବୌଦ୍ଧରୁ ୫୮, ଅନୁଗୁଳରୁ ୫୭, ଭଦ୍ରକରୁ ୪୬, କଳାହାଣ୍ଡିରୁ ୩୮, ଗଜପତିରୁ ୩୩, ଦେଓଗଡ଼ରୁ ୨୪, ମାଲକାନଗିରରିରୁ ୨୧, ମୟୁରଭଞ୍ଜରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।

Get real time updates directly on you device, subscribe now.