fbpx

ଦିନକରେ ୩୮୭ ମୃତ ୨୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୬ା୧୨: ଦିନକ ମଧ୍ୟରେ ସମଗ୍ର ଦେଶରେ ୩୮୭ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୪ ହଜାର ୯୬ରେ ପହଞ୍ଚିଛି । ଦିନକରେ ୨୬ ହଜାର ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୩୨ ହଜାର ୫୪୮ରେ ପହଞ୍ଚିଥିବା ଜଣାଯାଇଛି । ଦେଶରେ ସୁସ୍ଥ ସଂଖ୍ୟା ୯୪ ଲକ୍ଷ ୫୬ ହଜାର ୪୪୯ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୨ ଥିବା ଜଣାଯାଇଛି । ସମଗ୍ର ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୧୬ ଲକ୍ଷ ୪୦ ହଜାର ୫୨୬କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ୭ କୋଟି ୩୬ ଲକ୍ଷ ୮୪ ହଜାର ୪୭୪ ରହିଛି । ସୁସ୍ଥ ସଂଖ୍ୟା ୫ କୋଟି ୧୭ ଲକ୍ଷ ୮୬ ହଜାର ୯୩୦ ଜଣ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.