fbpx

ଦିନ ଗୋଟାଏ ସୁଦ୍ଧା ୩୯ ଦଶମିକ ୩ ପ୍ରତିଶତ ହୋଇଛି ମତଦାନ

ଭୁବନେଶ୍ୱର : ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ମତଦାନ ହେଉଛି । ଆନ୍ଧ୍ରପ୍ରଦେଶର ୨୫, ତେଲେଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ ଆସନ, ବିହାରର ୫ଟି, ଝାଡ଼ଖଣ୍ଡ ଓ ଓଡ଼ିଶାର ୪ଟି ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ଆଜିର ନିର୍ବାଚନରେ ୯୬ଟି ଲୋକସଭା ଆସନ ପରିସରର ୧୭ କୋଟି ୭୦ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏହି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମୋଟ ୧ ହଜାର ୭୧୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅଧିକରୁ ଅଧିକ ମତଦାତାଙ୍କୁ ସୁଯୋଗ ଦେବା ଲାଗି ମତଦାନ ସମୟ ୧ ଘଣ୍ଟା ବୃଦ୍ଧି କରାଯାଇଛି ।

ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୯ଟି ଜିଲ୍ଲାର ଭୋଟରମାନେ ଆଜି ସକାଳ ୭ଟାରୁ ବିଭିନ୍ନ ଭୋଟ୍‍ କେନ୍ଦ୍ରଗୁଡ଼ିକରେ ମତଦାନ କରୁଛନ୍ତି । ରାଜ୍ୟର ୪ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହି ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ଏହି ପର୍ଯ୍ୟାୟରେ ମୋଟ୍‍ ୨୪୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୬୨ଲକ୍ଷ ୮୭ହଜାର ୨୨୨ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

ସଂପୂର୍ଣ୍ଣ ଉତ୍ସାହ ମଧ୍ୟରେ ଓଡ଼ିଶା ଭୋଟ ଦେଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ କହିଛନ୍ତି । ମତଦାନ ହେଉଥିବା ୪ଟି ସଂସଦୀୟ କ୍ଷେତ୍ରରେ ୭ ହଜାର ୩୦୩ ମତଦାନ କେନ୍ଦ୍ରରେ ଲୋକ ମତଦାନ କରୁଛନ୍ତି । ଦିନ ଗୋଟାଏ ସୁଦ୍ଧା ଅଣଚାଳିଶି ଦଶମିକ ୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେ କହିଛନ୍ତି, ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ୟରେ ଅତିରିକ୍ତ ଇଭିଏମ୍ର ବ୍ୟବସ୍ଥା କରାଯାଉଛି । ତେଣୁ ବ୍ୟସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଗଳା ମଧ୍ୟରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ମାଲାକାନଗିରିର ସ୍ୱାଭିମାନ ଅଞ୍ଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ୟାମ୍ପରେ ମତଦାନ କରିଥିବା ଲୋକେ ଏଥର ନିଜ ନିଜ ବୁଥରେ ମତଦାନ କରୁଥିବା ସେ କହିଛନ୍ତି । ରାଜ୍ୟ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.