fbpx

ଭାରତରେ ୩୯ ବିଦେଶ ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭାରତରେ ୩୯ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ତିନିଦିନ ମଧ୍ୟରେ ୩୯ ଜଣଙ୍କୁ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି । ଭାରତ ସରକାର ଗତ ୨୪ ଡିସେମ୍ବରରୁ ଦେଶର ସମସ୍ତ ବିମାନବନ୍ଦରରେ କରୋନାଭାଇରସ୍ ପରୀକ୍ଷା ଆରମ୍ଭ କରିଛନ୍ତି । ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏହି ଟେଷ୍ଟିଂ ଆରମ୍ଭ କରାଯାଇଛି ।

ଏହି ସମୟ ମଧ୍ୟରେ ସମୁଦାୟ ୪୯୮ ଆନ୍ତର୍ଜାତୀୟ ବିମାନରେ ଆସିଥିବା ଯାତ୍ରୀଙ୍କୁ ପରୀକ୍ଷା କରାଯାଇଛି । କରୋନା ପରୀକ୍ଷା ପାଇଁ ୧୭୮୦ ନମୁନା ସଂଗ୍ରହ କରାଯାଇଥିଲା । ସଂଗୃହିତ ନମୁନା ସଂଖ୍ୟା ହେଉଛି ୩୯୯୪ । ଯେଉଁଥିରୁ ୩୯ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି । ଜିନୋମ କ୍ରମ ପାଇଁ ଏହି ସମସ୍ତ ନମୁନା ପଠାଯାଇଛି ।

ଚୀନରେ କୋଭିଡର ନୂଆ ଭାରିଆଣ୍ଟ ବିଏଫ୍ -୭ ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ସେଠାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ହେଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ରସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟସରକାର ସମସ୍ତଙ୍କ ଚିନ୍ତା ବଢିଛି । ଦେଶରେ ଯେପରି ଏହା ବୃଦ୍ଧି ନପାଏ ତାହାକୁ ନେଇ ଏବେ ଠାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ଏହା ପାଇଁ ସମସ୍ତ ରାଜ୍ୟ ସହିତ ମଧ୍ୟ ବୈଠକ କରାଯାଇଥିଲା ।

ସର୍ବ ସାଧାରଣ ସ୍ଥାନରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଏହା ସହିତ କରୋନାର ଯେଉଁ ଗାଇଡ ଲାଇନ ଥିଲା ଯେପରି ମାସ୍କ ପରିଧାନ କରିବା, ହାତକୁ ଧୋଇବା, ଦୂରତା ପାଳନ କରିବା ପାଇଁ ସୂଚନା ଦିଆଯାଇଛି । ଏହା ସହ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆ ଯାଇଛି ।

Get real time updates directly on you device, subscribe now.