fbpx

ବଜ୍ରପାତ ନେଲା ୩ଜୀବନ

ଗଞ୍ଜାମ , ୧ା୬(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ରାଜ୍ୟର କେତେକ ଜିଲ୍ଳାରେ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ୩ଜଣଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି । ଗଞ୍ଜାମ ସ୍ଥିତ ବୁଗୁଡ଼ା ବ୍ଲକ ଡ଼େଙ୍ଗାବାଡ଼ିଆ ଗ୍ରାମରେ ବଜ୍ରପାତରେ ଦୁଇ ଜଣଙ୍କ ଜୀବନ ଯାଇଛି । ଦୁଇ ଜଣଙ୍କ ନାମ ସନ୍ତୋଷ ଗୌଡ଼ ଓ ନିଳାଞ୍ଚଲ ଆଲଟିଆ । ଦୋକାନରେ ବସିଥିବା ବେଳେ ବଜ୍ରପାତରେ ସେମାନଙ୍କର ମୃତ୍ୟୁ ଘଟିଛି । ସେହିପରି ବୁଗୁଡ଼ା ବୁରୁଝୋଳା ଗ୍ରାମରେ ବଜ୍ରଘାତରେ ସୀମାଞ୍ଚଳ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.