ଅଲ-କାଏଦା ଆତଙ୍କବାଦୀଙ୍କୁ ନେଇ ବଡ଼ ଖୁଲାସା; ଦିଲ୍ଲୀ, ୟୁପି, ଗୁଜରାଟରେ ଥିଲା ଆତଙ୍କି ଯୋଜନା
ଗୁଜୁରାଟରେ ୪ ଅଲ କାଏଦା ଆତଙ୍କୀ ଗିରଫ । ସେମାନଙ୍କୁ ଗିରଫ କଲା ଗୁଜରାଟ ATS ।
ନୂଆଦିଲ୍ଲୀ: ଗୁଜୁରାଟରେ ୪ ଅଲ କାଏଦା ଆତଙ୍କୀ ଗିରଫ । ସେମାନଙ୍କୁ ଗିରଫ କଲା ଗୁଜରାଟ ATS । ଚାରି ଜଣ ଆତଙ୍କବାଦୀ ଆଲ କାଏଦା ସହିତ ଜଡ଼ିତ ଥିଲେ ଏବଂ ନକଲି ନୋଟ କାରବାର ରାକେଟ ଚଳାଉଥିଲେ ବୋଲି ଜଣାପଡ଼ିଛି ।
‘ଆଲ-କାଏଦା ଇନ୍ ଇଣ୍ଡିଆନ୍ ସବକଣ୍ଟିନେଣ୍ଟ (AQIS) ମଡ୍ୟୁଲ୍’ ମାମଲାରେ ଏବେ ଏକ ବଡ଼ ଖୁଲାସା ହୋଇଛି। ଅପରେସନ ସିନ୍ଦୂର ସମୟରେ ପାକ୍ ସେନା ଏବଂ ISIର ନିର୍ଦ୍ଦେଶରେ ଆତଙ୍କବାଦୀଙ୍କ ଏହି ମଡ୍ୟୁଲ୍ ସକ୍ରିୟ ଥିଲା। ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏହି ଆତଙ୍କବାଦୀମାନେ ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ଗୁଜରାଟରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଯୋଜନା କରୁଥିଲେ।
ସେମାନେ ପାକିସ୍ତାନର ନିର୍ଦ୍ଦେଶରେ କିପରି କାମ କରୁଥିଲେ?
ତେବେ ଅପରେସନ୍ ସିନ୍ଦୁର ସମୟରେ ଆତଙ୍କବାଦୀମାନେ ପାକିସ୍ତାନର ଦୁଇଟି ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ନିରନ୍ତର ଗୁପ୍ତ ସୂଚନା ପ୍ରଦାନ କରୁଥିଲେ। ଏବଂ ସେମାନେ ଏହି ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଚାଟିଂ କରି ନିର୍ଦ୍ଦେଶ ପାଉଥିଲେ।
ସେମାନେ କିପରି ବ୍ରେନ୍ ୱାସ୍ କରୁଥିଲେ?
ଗିରଫ ହୋଇଥିବା ଆତଙ୍କବାଦୀମାନେ ସୋସିଆଲ ମିଡିଆ ଆକାଉଣ୍ଟରେ ଓସାମା ବିନ୍ ଲାଡେନ୍ ଏବଂ ମୌଲାନା ଅସୀମ ଉମର @ ସନା ଉଲ୍ ହକ୍ ଙ୍କ ଜିହାଦୀ ଭିଡିଓ ସେୟାର କରି ଯୁବକମାନଙ୍କୁ ବ୍ରେନ୍ ୱାସ୍ କରୁଥିଲେ। ଗିରଫ ହୋଇଥିବା ଚାରି ଆତଙ୍କବାଦୀଙ୍କ ନେତୃତ୍ୱ ନେଉଥିଲେ ମହମ୍ମଦ ଫୈଜ୍। ସେ ଦିଲ୍ଲୀରେ ଏକ ଫାଷ୍ଟଫୁଡ୍ ଚେନ୍ରେ ମ୍ୟାନେଜର ଭାବରେ କାମ କରୁଥିଲେ। ଉଚ୍ଚଶିକ୍ଷିତ ମହମ୍ମଦ ଫୈଜ୍ ହିଁ ତାଙ୍କ ସହିତ ଅନ୍ୟ ତିନି ଆତଙ୍କବାଦୀଙ୍କୁ ସାମିଲ କରି ମଡ୍ୟୁଲ୍ ଗଠନ କରିଥିଲେ। ସେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ୍ ତିଆରି କରି ଅପରେସନ୍ ସିନ୍ଦୁର ବିରୁଦ୍ଧରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରୁଥିଲେ।