fbpx

୪ଟି ବ୍ୟାଙ୍କ ଉପରେ ଲାଗିଲା ଜରିମନା : ଏହି କାରଣରୁ RBI ନେଲା ଏଭଳି ନିଷ୍ପତି

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ୪ଟି ସମବାୟ ବ୍ୟାଙ୍କ ଉପରେ ଜରିମନା ଲଗାଇଛି । ସମବାୟ ବ୍ୟାଙ୍କ ଗୁଡିକ ନିୟମ ଅନୁପାଳନ କରିବା ହେତୁ, ସେମାନଙ୍କ ଉପରେ ଏହି ଦଣ୍ଡବିଧାନ ଜାରି କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଲବାଗ କୋପରେଟିଭ ବ୍ୟାଙ୍କ ଲିମିଟେଡ, ଦି କୋପରେଟିଭ ବ୍ୟାଙ୍କ ଅଫ ମେହସାଣା ଲିମିଟେଡ, ହରିଜ ନାଗରିକ ସହକାରୀ ବ୍ୟାଙ୍କ ଲିମିଟେଡ ଏବଂ ଦି ନେସନାଲ କୋପରେଟିଭ ବ୍ୟାଙ୍କ ଲିମିଟେଡ ଉପରେ ଜରିମନା ଲଗାଯାଇଛି ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ବଡୋଦରାର ଲାଲବାଦ କୋପରେଟିଭ ବ୍ୟାଙ୍କ ଲିମିଟେଡ ଉପରେ ୫ ଲକ୍ଷ ଟଙ୍କାର ଜରିମନା ଲଗାଇଛନ୍ତି । ଆରବାଇର କହିବା ଅନୁସାରେ, ବ୍ୟାଙ୍କ କେବଳ ପ୍ରୁଡେନ୍ସଲ ଇଣ୍ଟର ବ୍ୟାଙ୍କ ସୀମାକୁ ଉଲଘଂନ କରିନାହିଁ, ବରଂ ପ୍ରୁଡେନ୍ସଲ ଇଣ୍ଟର ବ୍ୟାଙ୍କ ଆକାଉଣ୍ଟର ପାର୍ଟି ଏକ୍ସପୋଜର ସୀମାକୁ ମଧ୍ୟ ଉଲ୍ଲଘଂନ କରିଛି । ଏହା ସହିତ, ବ୍ୟାଙ୍କଗୁଡିକର ପରିପକ୍ୱତା ତାରିଖ ଠାରୁ ଦେୟ ତାରିଖ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହାରରେ ଧାର୍ଯ୍ୟ ସମୟ ଏବଂ ଟର୍ମ ଜମା ଉପରେ ସୁଧ ଦେବାକୁ ବାଧ୍ୟ ଥିବା ବେଳେ ସେ ଏଥିରେ ବିଫଳ ହୋଇଥିଲେ ।

ରିଜର୍ଭ ବ୍ୟାଙ୍କ ମେହସାଣାର ଦ କୋପରେଟିଭ ବ୍ୟାଙ୍କ ଅଫ ମେହସାଣା ଲିମିଟେଡ ଉପରେ ୩.୫୦ ଲକ୍ଷର ଜରିମନା ଜାରି କରିଥିଲା । ଏହା ସହିତ ହରିଜ ନାଗରିକ ସହକାରୀ ବ୍ୟାଙ୍କ ଲିମିଟେଡ ଉପରେ ମଧ୍ୟ ୩ ଲକ୍ଷ ଟଙ୍କାର ଜରିମନା ଲଗାଯାଇଛି । ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ମୁମ୍ବାଇର ଦ ନେସନାଲ କୋପରେଟିଭ ବ୍ୟାଙ୍କ ଲିମିଟେଡ ଉପରେ ୧ ଲକ୍ଷ ଟଙ୍କାର ଜରିମନା ଜାରି କରାଯାଇଛି ।

Get real time updates directly on you device, subscribe now.