fbpx

ସ୍ୱାସ୍ଥ୍ୟପାଇଁ ଲାଭଦାୟକ ରକ୍ତଦାନ: ଜାଣନ୍ତୁ ଏହାର ୪ଟି ବଡ ଫାଇଦା

ରକ୍ତଦାନକୁ ନେଇ ଆଜି ବି ଅନେକ ଲୋକଙ୍କମନରେ ଅନେକ ପ୍ରକାର ଭୁଲ ଧାରଣା ଧରିଛି । ଅଧିକାଶଂ ଲୋକେ ଭାବନ୍ତି ଯେ ରକ୍ତଦାନ କରିବା ଦ୍ୱାରା ଶରୀରରେ ଦୁର୍ବଳତା ଆସିବା ସହ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଏ । ଯାହାକି ସମ୍ପୂର୍ଣ୍ଣ ରୂପେ ଭୁଲ ଧାରଣା । ତେବେ ଏକ ରିପୋର୍ଟରୁ ଜଣା ପଡିଛି ଯେ ଚିକିତ୍ସାଳୟକୁ ଯାଉଥିବା ପ୍ରତ୍ୟେକ ୭ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀକୁ ରକ୍ତର ଆବଶ୍ୟକତା ପଡିଥାଏ । ତେବେ ଅନେକ ସମୟରେ ଏହି ରକ୍ତ ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥାଏ । ରକ୍ତଦାନ ହେଉଛି ଆମ ସମସ୍ତଙ୍କର ଏକ ସାମୁହିକ ଦାଇତ୍ୱ ।

କେବଳ ଭାରତ ନୁହେଁ ବରଂ ଆମେରିକା ପରି ବିକଶିତ ଦେଶରେ ମଧ୍ୟ ରକ୍ତଦାନର ସମସ୍ୟା ରହିଛି । ତେବେ ଖୁବ୍ କମ ଲୋକ ଜାଣିଥିବେ ଯେ ରକ୍ତଦାନ କରିବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ । ଏତି ସହିତ ଆମ ଶରୀର ମଧ୍ୟ ସୁସ୍ଥ ରହିଥାଏ । ତେବେ ବର୍ତ୍ତମାନ ।ସନ୍ତୁ ଜାଣିବା ରକ୍ତଦାନ କରିବା ଦ୍ୱାରା ଆମକୁ କେଉଁ ପ୍ରକାର ଫାଇଦା ମିଳିଥାଏ ।

୧-ଓଜନ ହ୍ରାସରେ ସାହାଯ୍ୟ: ଯଦି ଆପଣଙ୍କ ଓଜନ ବୃଦ୍ଧି ପାଉଛି , ତେବେ ରକ୍ତଦାନ ଏହାକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ ରକ୍ତଦାନ କରିବା ଦ୍ୱାରା ସହନଶକ୍ତି ôବଦ୍ଧି ପାଇଥାଏ । ତେବେ ରକ୍ତଦାନ ପୂର୍ବ ପ୍ରଥମେ ଡାକ୍ତରଙ୍କ ସହ ପରାମଶ ର୍ କରି ରକ୍ତଦାନ କରିବା ଆବଶ୍ୟକ ।

୨-ରୋଗ ପ୍ରତିଶଓଧକ ଶକ୍ତି ବଢାଏ : ରକ୍ତଦାନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯଦି କୌଣସି ବ୍ୟକ୍ତି ଡାଇଲାସିସ୍ କିମ୍ବା ରକ୍ତଦିନ କରନ୍ତି ତେବେ ରକ୍ତରେ ଥିବା ପ୍ଲାଜମାରେ ଲ୍ୟୁକୋସାଇଟ ବୃଦ୍ଧି ପାଇଥାଏ । ଯାହାକି ଆମ ଶରୀରରେ ଥିବା ପ୍ରତିରୋଧକ ଶକ୍ତି ବଢିବା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗରୁ ମଧ୍ୟ ବଞ୍ଚେଇ ଥାଏ ।

୩-ହୃଦରୋଗର ଆଶଙ୍କା କମ୍ କରିଥାଏ :ଯଦି ଆପଣ ନିୟମିତ ଭାବରେ ରକ୍ତ ଦାନ କରନ୍ତି, ତେବେ ଶରୀରରେ ଲୌହ ସ୍ତର ନିୟନ୍ତ୍ରଣରେ ରହିଥାଏ । ରକ୍ତରେ ଅଧିକ ପରିମାଣର ଆଇରନ୍ ରକ୍ତ ନଳୀକୁ ଅବରୋଧ କରିପାରେ, ଯାହାଦ୍ୱାରା ରକ୍ତ ସଞ୍ଚାଳନ ହୋଇନଥାଏ, ଫଳରେ ହୃଦଘାତ ହେବାର ଆଶଙ୍କା ରହିଥାଏ । ରକ୍ତ ଦାନ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ।

୪-ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :ରକ୍ତ ଦାନ କରିବା ଦ୍ୱାରା ଶରିରକୁ ଅନେକ ପ୍ରକାର ଲାଭ ମିଳିଥାଏ । କିନ୍ତୁ ସବୁଠାରୁ ବଡ ଲାଭ ହେଉଛି ମାନସିକ ସ୍ୱାସ୍ଥ୍ୟ ଲାଭ । ଯେତେବେଳେ ଆପଣ ରକ୍ତ ଦାନ କରନ୍ତି, ଆପଣଙ୍କ ମନରେ ଏକ ସୁଖଦ ଅନୁଭବ ହେବା ସହିତ ଆପଣଙ୍କୁ ସତେଜ ଅନୁଭବ କରନ୍ତି । ରକ୍ତ ଦାନ କରିବାର ଅର୍ଥ ହେଉଛି ଯେ ଆପଣ ଜରୁରୀକାଳୀନ ପରିସ୍ଥିତିରେ କାହାର ଜୀବନ ରକ୍ଷା କରି ପାରିଲେ । ତେବେ ଏହି ସାହାଯ୍ୟରେ ଆପଣ ପାଇଥିବା ସୁଖ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ବହୁତ ଉନ୍ନତ କରିଥାଏ ।

Get real time updates directly on you device, subscribe now.