fbpx

ଏହି ଅଭିନେତାଙ୍କୁ ଡେଟ୍ କରୁ଼ଛନ୍ତି କୀର୍ତ୍ତି ସାନନ୍! ଏହି କାରଣରୁ ସମସ୍ତଙ୍କୁ କହିବାକୁ ଡରୁଛନ୍ତି ଦୁହେଁ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କଥା ଭାଇରାଲ ହେବାର ଲାଗିଛି । ରାଜନେତା ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତ ଏହି ସୋସିଆଲ ମିଡିଆରେ ବ୍ୟସ୍ତ । ତେବେ ଏହାରି ମଧ୍ୟରେ ଅଭିନେତ୍ରୀ କୀର୍ତ୍ତି ସେନନ୍ ଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ୟୁଜର୍ସମାନଙ୍କ କହିବା ଅନୁଯାୟୀ କୀର୍ତ୍ତି ବର୍ତ୍ତମାନ ଅଭିନେତା ପ୍ରଭାସକୁ ଡେଟ୍ କରୁଛନ୍ତି । ତେବେ ଏହି ସେଲିବ୍ରେଟି ଯୋଡି ପୂର୍ବରୁ ଚର୍ଚ୍ଚାରେ ହୋଇଆସୁଥିବା ବେଳେ ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ଜଣା ପଡିଛି ।
କଫି ୱିଥ୍ କରଣ ଶୋ ସିଜନ ୭ରେ କୀର୍ତ୍ତି ବାହୁହଳୀର ଅଭିନେତା ପ୍ରବାସଙ୍କୁ କଲ କରିଥିଲେ । ଯାହାଫଳରେ ସେବେଠାରୁ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବଲିଉଡ ଲାଇଫରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ଚାଲିଥିବା ବେଳେ ଏହି ଚଳଚିତ୍ରରେ ଉଭୟ କୀର୍ତ୍ତୀ ଏବଂ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ସୁଟିଂ ର ପ୍ରଥମ ଦିନରୁ ହିଁ ସେଟରେ କୀର୍ତ୍ତି ସାନନ୍ ଏବଂ ପ୍ରଭାସଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିବା ଜଣା ପଡିଛି । ଏହାକୁ ଦେଖି ସେଠାରେ ଥିବା ଅନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପ୍ରଭାସ ବହୁତ ଲାଜୁଆ ସ୍ୱଭାବର ଅଟନ୍ତି । ସେ କାହା ସହିତ ଅଧିକ କଥା ମଧ୍ୟ ହୁଅନ୍ତି ନାହିଁ । କିନ୍ତୁ ସେ କୀର୍ତ୍ତିଙ୍କ ସହ ଖୋଲାଖୋଲି ଭାବରେ କଥାବାର୍ତ୍ତା କରୁଥିବା ଜଣା ପଡିଛି ।

ସମସ୍ତଙ୍କୁ କହିବାକୁ କାହିଁକି ଡରୁଛନ୍ତି ଦୁହେଁ:

ମିଳିଥିବା ସୂଚନା ଅନୁଯାୟୀ ଏହା ଜଣା ପଡିଛି ଯେ ଅଭିନେତ୍ରୀ କୀର୍ତ୍ତି ସେନନ୍ ଏବଂ ପ୍ରଭାସ ଦୁନିଆ ଆଗରେ ତାଙ୍କ ସମ୍ପର୍କ ବିଷୟରେ କହିବାକୁ ଆହୁରି ଅଧିକ ସମୟ ନେବାକୁ ଚାହୁଁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଭାସ ଏବଂ କୀର୍ତ୍ତି ସେଟରେ ପରସ୍ପର ସହ ସମୟ ବିତାଇବାକୁ ଭଲ ପାଉଥିଲେ। ଏଥି ସହିତ ଉଭୟଙ୍କ ସମ୍ପର୍କ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ତେବେ ଉଭୟଙ୍କ ମଧ୍ୟରେ କିଛି ଦୃଢ ସମ୍ପର୍କ ରହିଥିବା ବେଳେ , ସେମାନେ ଏତେ ଶୀଘ୍ର କୌଣସି ପ୍ରକାର ଷ୍ଟେପ୍ ନେବାକୁ ପସନ୍ଦ କରୁ ନାହାନ୍ତି ।

Get real time updates directly on you device, subscribe now.