fbpx
BSKY SKY
BSKY SKY

ସ୍କୁଲ ଲିଫ୍ଟରେ ଯାଉଥିବା ବେଳେ ଫସିଗଲା ଗୋଡ଼: ଚାଲିଗଲା ୨୬ ବର୍ଷୀୟ ଶିକ୍ଷୟିତ୍ରୀଙ୍କ ଜୀବନ

BSKY

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସ୍ଥିତ ସଲାଡର ଏକ ସ୍କୁଲରେ ୨୬ ବର୍ଷୀୟ ଶିକ୍ଷୟିତ୍ରୀଙ୍କର ଲିଫ୍ଟରେ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି । ସେ ଲିଫ୍ଟ ଭିତରକୁ ଯିବା ସମୟରେ ହିଁ ଲିଫ୍ଟର ଦ୍ୱାର ବନ୍ଦ ହୋଇଯାଇଥିଲା, ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା । ଶିକ୍ଷୟିତ୍ରୀଙ୍କ ଗୋଟିଏ ଗୋଡ ଲିଫ୍ଟ ଭିତରେ ଥିବା ବେଳେ ଶରୀର ଲିଫ୍ଟ ବାହାରେ ରହିଯାଇଥିଲା । ଠିକ୍ ସେତିକିବେଳେ ଲିଫ୍ଟ ୭ମ ଫ୍ଲୋର ଆଡକୁ ଯତିବାକୁ ଲାଗିଥିଲା ଓ ମହିଳା ଜଣକ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

ଦୁର୍ଘଟଣାର ଆଭାସ ପାଇବା ପରେ ସ୍କୁଲ କର୍ମଚାରୀମାନେ ଶିକ୍ଷୟିତ୍ରୀଙ୍କ ସାହାର୍ଯ୍ୟ ପାଇଁ ଦୌଡି ଆସିଥିଲେ ଓ ପୋଲିସ ଏବିଷୟରେ ଖବର ଦେଇଥିଲେ । ଅନ୍ୟପଟେ ପୀଡିତା ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଲାଇଫଲାଇନ୍ ମେଡିକାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମାମଲା ମଲାଡ ୱେଷ୍ଟର ସେଣ୍ଟ ମେରୀ ଇଂଲିଶ ସ୍କୁଲର ବୋଲି ଜଣାପଡିଛି । ମୃତକ ଜଣକ ୨୬ ବର୍ଷୀୟ ଜେନେଲ ଫର୍ଣ୍ଣାଡିସ୍ ବୋଲି ସୂଚନା ମିଳିଛି ।

ସ୍କୁଲ ପ୍ରଶାସନର କହିବା ମୁତାବକ, ଏହି ଦୁର୍ଘଟଣା ଶୁକ୍ରବାର ଦ୍ୱିପହର ୧ରୁ ୨ ମଧ୍ୟରେ ହୋଇଥିଲା । ମହିଳା ଶିକ୍ଷୟିତ୍ରୀ ୬ଷ୍ଠ ଫ୍ଲୋରରେ ଠିଆ ହୋଇଥିଲେ । ତାଙ୍କୁ ୨ୟ ଫ୍ଲୋରକୁ ଯିବାର ଥିଲା । କିନ୍ତୁ ଲିଫ୍ଟରେ ପଶୁ ପଶୁ ତାଙ୍କ ସହ ଏପରି ଦୁର୍ଘଟଣା ହୋଇଥିଲା ।

Get real time updates directly on you device, subscribe now.