fbpx

ରଖେ ହରି ତ ମାରେ କିଏ: ବାପା-ମା’ଙ୍କ ମୃତଦେହ ସହିତ ରହିଥିଲା ୪ଦିନର ଶିଶୁ , ୩ ଦିନ ପରେ ଜୀବନ୍ତ ଉଦ୍ଧାର

ଡେରାଡୁନ୍:ଉତ୍ତରାଖଣ୍ଡ ଡେରାଡୁନ୍ ରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା । ଏଠାରେ ଏକ ଘରୁ ପତିପତ୍ନୀଙ୍କ ମୃତଦେହ ମିଳିଛି । ତିନି ଦିନ ତଳେ ଏମାନଙ୍କ ମୃତ୍ୟୁ ହୋଇଥିବାରୁ ମୃତଦେହ ସଢି ଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମୃତ ଦମ୍ପତିଙ୍କ ୪/୫ ଦିନର ଶିଶୁକୁ ଏହି ଶବ ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇଛି ।ତେବେ ଘରୁ ଉକ୍ରଟ ଗନ୍ଧ ଆସିବା ପରେ ମାମଲାଟି ସାମ୍ନାକୁ ଆସିଥିଲା । କ୍ଲେମେଣ୍ଟ ଟାଉନ୍ ମୟ ଥାନା ପୋଲିସ ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ଶିଶୁକୁ ହସ୍ପିଟାଲରେ ଆଡମିଶନ କରାଇଛି । କୁହାଯାଉଛି ମୃତ ବ୍ୟକ୍ତି ଜଣକ ସୁଧରେ ଟଙ୍କା ଆଣିଥିଲେ କିନ୍ତୁ ତାହା ସୁଝି ନ ପାରିବାରୁ ପତିପତ୍ନୀ ଆତ୍ମହତ୍ୟା କରିଛନ୍ତି ।

୧୩ ଜୁନ୍ ରେ ପୋଲିସକୁ ସୂଚନା ମିଳିଥିଲା ଯେ, ଟର୍ନର ରୋଡ୍ରେ ଥିବା ଏକ ଘରୁ ବହୁତ ଦୁର୍ଗନ୍ଧ ଆସୁଛି ଓ ସେହି ଘରର କବାଟ ଭିତରୁ ବନ୍ଦ ରହିଛି । ଏହାପରେ କ୍ଲେମେଣ୍ଟ ଟାଉନ୍ ମୟ ଥାନା ପୋଲିସ ସେଠାରେ ଥିବା ସି-୧୩ ଘରେ ପହଞ୍ଚିଥିଲା । ପୋଲିସ ସେଠାରେ କବାଟ ଭାଙ୍ଗି ଘରେ ପହଞ୍ଚିବା ପରେ ଦେଖିଥିଲା ଜଣେ ମହିଳା ଓ ପୁରୁଷଙ୍କ ମୃତଦେହ ତଳେ ଚଟାଣରେ ପଡିଛି । ଏହି ମୃତଦେହ ଫୁଲିଯାଇ ସଢିବା ଆରମ୍ଭ କରି ଦେଇଥିଲା । ଘର ଭିତରେ ରକ୍ତ ବି ପଡିଥିଲା । ତେବେ ପୋଲିସ ଘର ଭିତରେ ଛାନଭିନ୍ କଲା ପରେ ତାକୁ ଏକ ରୁମ୍ ରୁ ଗୋଟିଏ ୪/୫ ଦିନର ଶିଶୁ ମିଳିଥିଲା । ଏହାପରେ ପୋଲିସ ତୁରନ୍ତ ଚିକିତ୍ସା ଲାଗି ଶିଶୁଟିକୁ ମେଡିକାଲ୍ ପଠାଇଥିଲା । ପୋଲିସ ସୂଚନା ଅନୁଯାୟୀ ଦୁଇ ମୃତଦେହରେ କୌଣସି ପ୍ରକାର ଆଘାତର ଚିହ୍ନ ନାହିଁ । କେବଳ ସେମାନଙ୍କ ପାଟିରୁ ଯାହା ରକ୍ତ ବାହାରିଛି ।

ପୋଲିସର କହିବା ଅନୁଯାୟୀ ଏହି ମୃତଦେହ ସହାରନପୁର ଜିଲ୍ଲା ନାଗଲ ଥାନା ଚହୋଲେଶଲୀ ଅଞ୍ଚଳରେ ରହୁଥିବା ୨୫ ବର୍ଷୀୟ କାଶିଫ ପୁତ୍ର ମୋହତସିମ୍ ଓ ୨୨ ବର୍ଷୀୟା ଅନମର । ସେମାନେ ୪ ମାସ ତଳେ ଏହି ଘରେ ରହିବାକୁ ଆସିଥିଲେ । ପୋଲିସ ମୃତକର ପରିବାରଙ୍କ ସହ ସଂପର୍କ କରି ଜାଣି ପାରିଛି ଯେ,ମୋହତସିମର ଦୁଇଥର ବାହାଘର ହୋଇସାରିଛି । ପ୍ରଥମ ବିବାହରୁ ତାର ଏକ ୫ ବର୍ଷର ପିଲା ରହିଥିବା ବେଳେ ଏକ ବର୍ଷ ପୂର୍ବେ ସେ ଅନମକୁ ବିବାହ କରିଥିଲା ଯିଏ କିଛିଦିନ ତଳେ ଏକ ସନ୍ତାନ ଜନ୍ମ ଦେଇଥିଲା । ତେବେ କାଶିିଫର ଦ୍ୱିତୀୟ ପତ୍ନୀ କହିଛି ସେ କାହାଠାରୁ ୫ ଲକ୍ଷ ଟଙ୍କା ଋଣ ନେଇଥିଲା । ତେଣୁ ସେ ତାହା ଶୁଝିବା ଲାଗି ଗାଁକୁ ଆସିବ ବୋଲି ତାକୁ୨/୩ ଦିନ ତଳେ ଫୋନ୍ କରି କହିଥିଲା । ତେବେ ଏହା ଏକ ଆତ୍ମହତ୍ୟା ମାମଲା ଲାଗୁଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ପୋଲିସ ।

Get real time updates directly on you device, subscribe now.