fbpx

୭୩କେଜି ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

କନ୍ଧମାଳ, ୩୦ା୫(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଗଞ୍ଜେଇ ଚୋରାଚାଲାଣ ଠାରୁ ଆରମ୍ଭ କରି ଡ୍ରଗ୍ସ, ମର୍ଡ଼ର, ଚୋରୀ ବଢ଼ିବାରେ ଲାଗିଛି ।ଏହାରି ମଧ୍ୟରେ କନ୍ଧମାଳରୁ ଆଜି ୭୩କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ । ବାଲିଗୁଡ଼ାରୁ ଖରିଆରକୁ ପିକଅପ ଭ୍ୟାନରେ ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଜବତ ହୋଇଥିବା ନେଇ ସୂଚନା ରହିଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ।

Get real time updates directly on you device, subscribe now.