fbpx

AC ଚଲାଇଲେ ବି ଆସିବନି ଅଧିକ ବିଲ୍, ଜାଣନ୍ତୁ କିପରି

କରୋନା ସାଙ୍ଗକୁ ଖରାର ଉତ୍ତାପ ଲୋକମାନଙ୍କ କିଲବିଲ୍ କରୁଛି । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ଏସି, କୁଲର ଇତ୍ୟାଦିର ବ୍ୟବହାର କରିବାରେ ଲାଗିଛନ୍ତି । ଅଧିକାଂଶ ଲୋକେ ନିଜ ଘରେ ଏସିର ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି, ଯେଉଁଥିପାଇଁ ସେମାନଙ୍କର ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି । କିନ୍ତୁ କେତେକେ ଉପାୟ ଅଛି, ଯାହାକୁ କରିବା ଦ୍ୱାରା ଆପଣଙ୍କ ଏସି ବିଲ୍ ଅଧିକ ଦେବାକୁ ପଡିବ ନାହିଁ । ଆସନ୍ତୁୁ ଜାଣିବା କିଛିଟା ଉପାୟ..

– ଏସି ଚଲାଇବା ବେଳେ ସବୁବେଳେ ୨୨ରୁ ୨୪ ଡିଗ୍ରୀ ସେଲସିୟରେ ସେଟ୍ କରନ୍ତୁ। ଏହା ଦ୍ୱାରା ବିଦ୍ୟୁତ ବିଲ ଅଧିକ ଆସିବା ନାହିଁ । ତେବେ ଏସି ଚଲାଇବା ପାଇଁ ୨୪ ଡିଗ୍ରୀ ହେଉଛି ସବୁଠୁ ସଠିକ୍‌ ତାପମାତ୍ରା । ଏସିକୁ ଅଟୋ ମୋଡରେ ସେଟ୍‌ କରନ୍ତୁ । ଏପରି କରିବା ଦ୍ଵାରା ରୁମ୍‌ର ତାପମାତ୍ରା ଠିକ୍‌ ଲେବଲକୁ ଆସିବା ପରେ ଏସି ଅଟୋମେଟିକ୍‌ ବନ୍ଦ ହୋଇଯିବ ଓ ତାପମାତ୍ରା ବଢିଲେ ପୁଣି ଚାଲିବ ।

– ଏସି ଯେତେ ପରିଷ୍କାର ରହିବ ତାର କୁଲିଂ ସେତେ ଅଧିକ ରହିବ । କିନ୍ତୁ ଯଦି ଏସିର ଫିଲ୍ଟର ଅପରିଷ୍କାର ଥିବ ତେବେ ପବନ ଯିବା ଆସିବା କରିବାରେ ସମସ୍ୟା ଦେଖାଦେବ। ଫଳରେ କମ୍ପ୍ରେସର ଉପରେ ଚାପ ପଡିବ ଓ ବିଦ୍ୟୁତ ଖର୍ଚ୍ଚ ବଢିବ ।

– ଏହା ବ୍ୟତୀତ ଘରେ ଏସି ଚଳାଇବା ବେଳେ ପଙ୍ଖା ମଧ୍ୟ ଚଳାନ୍ତୁ। ଫଳରେ ଏସିରୁ ବାହାରୁଥିବା ଶୀତଳ ପବନ ଖୁବ୍ ଶୀଘ୍ର ଘରର ସବୁ କୋଣକୁ ପହଞ୍ଚିପାରିବ। ଏପରି କରିବା ଦ୍ଵାରା ରୁମ ଜଲଦି ଥଣ୍ଡା ହୋଇଯିବ ଓ ଗରମରୁ ମୁକ୍ତି ମିଳିବ ।

Get real time updates directly on you device, subscribe now.