fbpx

କରୋନା ଯୋଦ୍ଧାଙ୍କୁ ସମ୍ମାନ: ନବୀନ ନିବାସରେ ବନ୍ଦେ ଉତ୍କଳ ଜନନୀ ଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ବନ୍ଦେ ଉତ୍କଳ ଜନନୀ ଗୀତରେ ଗୁଞ୍ଜରିତ ହୋଇ ଉଠିଲା ସାରା ରାଜ୍ୟ । ସବୁ ଓଡ଼ିଆ ଏକାଠି ହୋଇ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଏକାଠି ହୋଇଛନ୍ତି ସବୁ ଓଡ଼ିଆ । କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମଧ୍ୟ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ । ରାଜ୍ୟ ବାହାରେ ଥିବା ଓଡ଼ିଆ ବି ଏକାଠି ହୋଇ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ । ଏହାସହ ବିଭିନ୍ନ ରାଜନୈତିକ ଦଳର ନେତା କର୍ମୀ ମଧ୍ୟ ଏହି ଦେଶାତ୍ମକ ବୋଧ ଗୀତ ଗାନ ଗାଇଛନ୍ତି ।

Get real time updates directly on you device, subscribe now.