ମହାକାଶରେ ଦୌଡିବେ ଶନି-ଶୁକ୍ର, କେଉଁଠି ଏହି ପରେଡ ଦେଖିହେବ ଜାଣନ୍ତୁ

ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍‌ । 18ରେ ଦୃଶ୍ୟମାନ ।

ନୂଆଦିଲ୍ଲୀ: ମହାକାଶରେ ଶୁକ୍ର ଏବଂ ଶନିର ହେବ ମହାମିଳନ । ଶୁକ୍ର ଏବଂ ଶନିଙ୍କ ମଧ୍ୟରେ ହେବ ଦୌଡ ପ୍ରତିଯୋଗିତା । ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ । ଜାନୁଆରୀ 18 ତାରିଖରେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ ।

ଖାଲି ଆଖିରେ ଦେଖିପାରିବେ- ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ । ଭାରତୀୟମାନେ ଏହାକୁ ଖାଲି ଆଖିରେ ଦେଖିପାରିବେ ଏବଂ ଏହାର କୁପ୍ରଭାବ କାହା ଉପରେ ପଡିବ ନାହିଁ ବୋଲି ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି ଅସ୍ତ ହେବେ ।

ଆସନ୍ତା 18 ତାରିଖରେ ପ୍ରାୟ ୨ ଘଣ୍ଟା ଧରି ଶୁକ୍ର ଶନି ଗ୍ରହର ନିକଟତର ହେବା ପରେ ଶନି ତଳକୁ ତଳକୁ ଯାଇ ଶୁକ୍ର ଗ୍ରହ ଠାରୁ ଦୂରେଇ ଯିବେ ।

ଏହି ମହାଜାଗତିକ ସମନ୍ୱୟରେ ମଙ୍ଗଳ ନେତୃତ୍ୱ ନେବ, ଯାହା ମିଥୁନ ରାଶିରେ ପ୍ରମୁଖ ଭାବରେ ଅବସ୍ଥିତ । ବିପରୀତ ଦିଗରେ, ଏହା ସୂର୍ଯ୍ୟାସ୍ତ ସମୟରେ ପୂର୍ବ ଦିଗରେ ଉଦିତ ହେବ ଏବଂ ସାରା ରାତି ଦୃଶ୍ୟମାନ ହେବ, ସୂର୍ଯ୍ୟୋଦୟ ସମୟରେ ପଶ୍ଚିମ ଦିଗରେ ଅସ୍ତ ହେବ।

-୧.୪ ତୀବ୍ରତା ସହିତ, ମଙ୍ଗଳ ଗ୍ରହ ଅନେକ ତାରା ଅପେକ୍ଷା ଅଧିକ ଉଜ୍ଜ୍ୱଳ ହେବ ।