୫ ମାସରେ ମଲେଣି ୪୦ ହାତୀ, କୁମ୍ଭୀର ଆକ୍ରମଣରେ ଗଲାଣୀ ୨୨ ଜୀବନ….

ଭୁବନେଶ୍ୱର: ରାଜ୍ୟରେ ବନ୍ୟପ୍ରାଣୀ ମୃତୁ୍ୟ ନେଇ ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ରାଜ୍ୟରେ ୫ ମାସରେ ୪୦ ହାତୀ ଆଖିବୁଜିଥିବାବେଳେ ହାତୀ ମୃତୁ୍ୟ ଅଭିଯୋଗରେ ୨୬ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୨ ଫରେଷ୍ଟର ଗାର୍ଡ ଏବଂ ଜଣେ ଫରେଷ୍ଟର ନିଲମ୍ବିତ ମଧ୍ୟ ହୋଇଛନ୍ତି । ସେହିପରି ୫ ମାସରେ ୫ କଲରାପତରିଆ ବାଘ ପ୍ରାଣ ହରାଇଛନ୍ତି । ରାଜ୍ୟରେ ବାଘ ମୃତୁ୍ୟ ମାମଲାରେ ମୋଟ ୧୪ ଜଣ ଗିରଫ ହୋଇଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଅନ୍ୟପକ୍ଷେ ୫ ବର୍ଷରେ ଓଡ଼ିଶାରେ କୁମ୍ଭୀର ଆକ୍ରମଣ ଯୋଗୁ ମୋଟ ୨୨ ଜଣ ପ୍ରାଣ ହରାଇସାରିଛନ୍ତି । ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ କୁମ୍ଭୀରଙ୍କ ଆତଙ୍କ ବଢ଼ିଛି । ରାଜ୍ୟରେ ମୋଟ ୨୦୦ ବନ୍ୟପ୍ରାଣୀଙ୍କ ମୃତୁ୍ୟ ଘଟିଛି । ବିଭାଗ ପକ୍ଷରୁ ଏ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଆଜି ଆରମ୍ଭ ହୋଇଥିବା ଶୀତ ଅଧିବଶେନରେ ବିଧାନସଭାରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଏପ୍ରିଲ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ବନ୍ୟଜୀବଙ୍କ ମୃତୁ୍ୟ ଘଟିଛି ବୋଲି ପ୍ରଶ୍ନ କରିଥିଲେ ।

ହାତୀ, ବାଘଙ୍କ ଭଳି ବନ୍ୟପ୍ରାଣୀଙ୍କ ମୃତୁ୍ୟ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେମାନଙ୍କ ସୁରକ୍ଷା ଓ ବାସଉପୋଯୋଗୀ ସ୍ଥାନର ରକ୍ଷଣାବେକ୍ଷଣା କରିବା ସାଙ୍ଗକୁ ସେମାନଙ୍କ ଖାଦ୍ୟଉପୋଯୋଗୀ ବୃକ୍ଷ ରୋପଣ ଏବଂ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁ ରୋକିବା ପାଇଁ ପଦକ୍ଷେପ ଓ କୃତି୍ରମ ଜଳାଶୟ ସୁବିଧା କରାଯାଇଥିବା ମନ୍ତ୍ରୀ ଲିଖିତ ଉତ୍ତରରେ ଜଣାଇଛନ୍ତି । ତେବେ ହାତୀ ଓ ବାଘ ମୃତୁ୍ୟର କାରଣ ଜଣାପଡ଼ି ନ ଥିବାବେଳେ ତଦନ୍ତ ଜାରିଥିବା ମନ୍ତ୍ରୀ କହିଛନ୍ତି ।