fbpx

ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୪୦ ମୃତ୍ୟୁ, ୧୭୪ ଜଣ ଗିରଫ, ଅନେକ ଡାକ୍ତର ଖାନାରେ ଭର୍ତ୍ତି

ପାଟଣା: ବିହାରର ମୋତିହାରୀରେ ହୋଇଥିବା ବିଷାକ୍ତ ମଦ ମାମଲାର ଅନ୍ୟ ଏକ କଥା ସାମ୍ନାକୁ ଆସିଛି । ଯେଉଁ ପଦାର୍ଥରେ ମଦ ତିଆରି ହୋଇଥିଲା ତାକୁ ପଡୋଶୀ ରାଜ୍ୟରୁ ଅଣାଯାଇଥିଲା । ଏଥିରେ ମିଥାଇଲ ଅଲକୋହଲ ରହିଥିବା କଥା ଜଣାପଡିଛି । ଏହି ବିଷାକ୍ତ ପଦାର୍ଥ ପାଇଁ ଏପର୍ଯ୍ୟନ୍ତ ୪୦ ଲୋକଙ୍କ ମୃତ୍ୟୁ ଘଟିଛି । ଏହାସହ ୧୭୪ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି । କିନ୍ତୁ ସରକାରୀ ରିପୋର୍ଟ ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଲୋକ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁଯାୟୀ, ମୋତିହାରୀ ବିଷାକ୍ତ ମଦ ମାମଲାରେ ମରିଥିବା ୭ ଜଣଙ୍କର ପୋଷ୍ଟମର୍ଟମ ହୋଇଛି । ୯ ଜଣ ଲୋକଙ୍କ ସୂଚନା ପ୍ରଶାସନକୁ ମିଳିନାହିଁ । କେତେକ ମୃତକଙ୍କ ପରିବାର କାହାକୁ କିଛି ନ ଜଣାଇ ସେମାନଙ୍କ ଶେଷକ୍ରିୟା କରିସାରିଛନ୍ତି । ୨୫ ଜଣ ଲୋକେ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାକୁ ନେଇ ୫ଟି ଏଫଆଇଆର ପଞ୍ଜିକୃତ ହୋଇଛି । ସମସ୍ତ ଅପରାଧୀଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସିଆଇଡି ଅଫିସର ଏଡିଜି ଜିତେନ୍ଦ୍ର କୁମାର କହିଛନ୍ତି ଯେ, ବିଷାକ୍ତ ମଦର ପଦାର୍ଥକୁ ନେଇ ଏଫଏସଏଲ ସ୍ତରରେ ତଦନ୍ତ କରାଯାଉଛି । ଏହାର ରିପୋର୍ଟ ଆସିବାପରେ ଅନ୍ୟ ତଥ୍ୟର ଖୁଲାସା କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ୯୧୭ ଲିଟର ଦେଶୀ, ୧୦ ଲିଟର ବିଦେଶୀ ଏବଂ ୧୬୭୫ ଅର୍ଦ୍ଧନିର୍ମିତ ମଦକୁ ନଷ୍ଟ କରାଯାଇଛି । ସେ କହିଛନ୍ତି ଯେ, ଏପ୍ରିଲ ୨୦୨୨ ରୁ ୨୦୨୩ ପର୍ଯ୍ୟନ୍ତ ରାଜ୍ୟରେ ୩୨ ଲକ୍ଷ ୮୯ ହଜାର ଲିଟର ମଦକୁ ସିଜ କରାଯାଇଛି । ଏଥିରୁ ୧୮ ଲକ୍ଷ ୫୧ ହଜାର ଲିଟର ବିଦେଶୀ ଏବଂ ୧୪ ଲକ୍ଷ ୩୮ ହଜାର ଲିଟର ଦେଶୀ ମଦ ଅନ୍ତର୍ଭୁକ୍ତ ରହିଛି ।

Get real time updates directly on you device, subscribe now.