fbpx

୨୪ ଘଣ୍ଟାରେ ମଲେଣି ୪୧୦

ନୂଆଦିଲ୍ଲୀ,୨୮ ।୬: ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬,୦୯୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯,୯୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୫୯କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ସଂକ୍ରମିତ ସଂଖ୍ୟା ୨,୦୩,୦୫୧ ଥିବା ବେଳେ ୩,୦୯,୭୧୩ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୭୨୭୩, ଦିଲ୍ଲୀରେ ୨୫୫୮ ଆକ୍ରାନ୍ତଙ୍କ ମୃତ୍ୟୁ, ଗୁଜରାଟରେ ୧୭୮୯, ତାମିଲନାଡୁରେ ୧୦୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.