fbpx

ଏଠାରେ ଗୋରା ଶିଶୁ ଜନ୍ମ ନକରିବା ପାଇଁ ପିଅନ୍ତି ପଶୁ ରକ୍ତ, ଜାଣନ୍ତୁ କେଉଁଠି

ମଣିଷର ରଙ୍ଗକୁ ନେଇ ଅନେକ ବାଦ ବିବାଦ ଆପଣ ଦେଖିଥିବେ, ଶୁଣିଥିବେ ମଧ୍ୟ । ଆଜି ଯଦି ଆମ ଭାରତବାସୀ ସ୍ୱାଧୀନତାର ସ୍ୱାଦ ଚାଖିଛନ୍ତି । କିମ୍ବା ସ୍ୱାଧିନ ଭାବରେ ବସବାସ କରୁଛନ୍ତି, ତେବେ ତାପଛରେ ମଧ୍ୟ ମଣିଷର ଏହି ରଙ୍ଗର ଏକ ବଳିଷ୍ଠ ଭୂମିକା ରହିଛି । ଆଜ୍ଞା ହଁ ମଣିଷର ଏହି ରଙ୍ଗକୁ ନେଇ ଅନେକ ଯୁଦ୍ଧ, ବିପ୍ଳବ ଅନେକ ଘଟଣା ଇତିହାସରେ ଲିପିବଦ୍ଧ ହୋଇ ରହିଛି । ତେବେ ବିଶ୍ୱରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ମଣିଷର ରଙ୍ଗକୁ ନେଇ ଏକ ଅଜବ ପ୍ରଥା ରହିଛି । ତେବେ କେଉଁ ଠାରେ ରହିଛି ଏହି ସ୍ଥାନ ଓ କଣ ତାର ଅଜବ ପରମ୍ପାରା ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ସମଗ୍ର ବିଶ୍ୱରେ ରଙ୍ଗକୁ ନେଇ ଦୁଇ ପ୍ରକାରର ମଣିଷ ବସବାସ କରିଥାନ୍ତି । ଜଣେ ହେଉଛନ୍ତି କୃଷ୍ଣକାୟ ଶ୍ରେଣିର ଓ ଅନ୍ୟଜଣେ ହେଉଛନ୍ତି ଶ୍ୱେତାଙ୍ଗ ଶ୍ରେଣିର । ଏହି ଦୁଇ ଶ୍ରେଣି ମଧ୍ୟରେ ଘଟିଥିବା ଅନେକ ତିକ୍ତ, ମଧୁର ଘଟଣାର ମୁକସାକ୍ଷୀ ଇତିହାସ ପାଖରେ ଲିପିବଦ୍ଧ ରହିଛି । ତେବେ ଇତିହାସର ପୃଷ୍ଠା ଓଲଟାଇଲେ ବିଶ୍ୱରେ ଶ୍ୱେତାଙ୍ଗମାନେ ନିଜର ବୁଦ୍ଧି ଓ ଶକ୍ତି ଦ୍ୱାରା ବିଶ୍ୱ ଉପରେ ବିଜୟ ହାସଲ କରିବାର ଅନେକ ଘଟଣା ଆପଣଙ୍କର ଦୃଷ୍ଟିଗୋଚର ହେବ । ଏପରିକି ଶ୍ୱେତାଙ୍ଗମାନେ କୃଷ୍ଣକାୟମାନଙ୍କୁ ନିଜର କ୍ରୀତଦାସ ଭାବରେ ରଖିବାର ଅନେକ ଘଟଣା ଆପଣ ଜାଣିବାକୁ ପାଇବେ । ତେଣୁ ଅନେକ ସ୍ଥାନରେ ଶ୍ୱେତାଙ୍ଗ ବା ଗୋରା ଲୋକମାନଙ୍କର ଆଦର ବା ସମ୍ମାନ ଅଧିକ ଥାଏ । ସେଥିପାଇଁ ଅନେକ ପିତାମାତାଙ୍କ ଇଚ୍ଛା ଥାଏ ଗୋରାରଙ୍ଗନେଇ ତାଙ୍କ ଶିଶୁ ଜନ୍ମ ହେଉ । ତେବେ ଶିଶୁଟି ଗୋରା ହେଉ ଅବା କଳା ରଙ୍ଗକୁ ନେଇ କୌଣସି ଭେଦଭାବ କରିବା ଉଚିତ ନୁହେଁ । ଏହା ପରେ ମଧ୍ୟ ଅନେକ ମହିଳାମାନେ ଗୋରା ଶିଶୁ ଜନ୍ମପାଇଁ ଇଚ୍ଛା ପ୍ରକାଶ କରିଥାନ୍ତ । ସେଥିପାଇଁ ସେମାନେ ଅନେକ ପ୍ରକାରର ଖାଦ୍ୟ ପାନୀୟ ସେବନ କରିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏକ ଏପରି ସ୍ଥାନ ରହିଛି ଯେଉଁଠାରେ ଜନଜାତିମାନେ ସେମାନଙ୍କର କଳାଶିଶୁ ଜନ୍ମ ହେଲେ ଖୁସି ହୋଇଥାନ୍ତି । ଯଦି ଶତଚେଷ୍ଟା ପରେ ମଧ୍ୟ ସେମାନଙ୍କର ଗୋରା ଶିଶୁ ଜନ୍ମ ନେଇଥାଏ ତେବେ ସେମାନେ ଏହାକୁ ଅଶୁଭ ବୋଲି ଭାବିଥାନ୍ତି । ଆଣ୍ଡାମାନରେ ଜାରଓା ନାମକ ଏକ ଜନଜାତି ବସବାସ କରିଥାନ୍ତି । ସେମାନଙ୍କର ଏକ ଧାରଣା ରହିଛି କି ସେମାନଙ୍କର ନବଜାତ ଶିଶୁ କଳାହେବା ନିହାତି ଦରକାର , ତେବେ ଯାଇ ସେସେମାନଙ୍କ ସହ ଖାପ ଖୁଆଇ ଚଳିପାରିବ । ତେଣୁ ଗର୍ଭବତୀ ମହିଳାମାନଙ୍କୁ ପଶୁଙ୍କ ରକ୍ତ ପିଇବାକୁ ଦେଇଥାନ୍ତି । ଯେଉଁକାରଣରୁ ସେମାନଙ୍କର କଳା ରଙ୍ଗର ଶିଶୁ ଜନ୍ମ ହୋଇଥାଏ । ତେବେ ଅନେକ ଚେଷ୍ଟା ପରେ ମଧ୍ୟ କୌଣସି କାରଣରୁ ସେମାନଙ୍କର ଗୋରା ରଙ୍ଗର ଶିଶୁ ଜନ୍ମନେଇଥାଏ ସେମାନେ ସେହି ସିଶୁକୁ ଜନ୍ମରୁ ମାରି ଦେଇଥାନ୍ତି ।

Get real time updates directly on you device, subscribe now.