fbpx

୧୫ ବର୍ଷ ପରେ ପୂରି ଉଠିଲା ମା’ କୋଳ: ଏକା ସାଙ୍ଗରେ ଜନ୍ମ ନେଲେ ଚାରି ଶିଶୁ

କେରଳ: କୁହାଯାଏ ଭଗବାନ କେବେ କୌଣସି ମା’ର ଦୁଃଖ ଦେଖିପାରନ୍ତି ନାହଁ । ଏଭଳି ଜଣେ ମା’ଙ୍କ କାହାଣୀ ଦେଖିବାକୁ ମିଳିଛି କେରଳରେ । ବିବାହର ୧୫ ବର୍ଷ ପରେ ବି ସନ୍ତାନ ନହେବା ଯୋଗୁଁ ଅବସାଦରେ ରହିଥିଲେ ମହିଳା । ଅନେକ ପରୀକ୍ଷା ନୀରକ୍ଷା ମଧ୍ୟ କରାଇଥିଲେ କିଛି ବି ସଫଳ ହୋଇନଥିଲା ଶେଷରେ । ଯାହାକୁ ନେଇ ଦୁଃଖରେ ରହୁଥିଲେ ଦମ୍ପତି ତେବେ ଶେଷରେ ଏକ ପ୍ରାଇଭେଟ ହସ୍ପିଟାଲରେ ପରୀକ୍ଷା ପରେ ଗୋଟିଏ ଦୁଇଟି ନୁହେଁ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ଆଉ ଏହାକୁ ନେଇ ବେଶ୍ ଖୁସି ଅଛନ୍ତି ମହିଳା ।

ସୂଚନା ଅନୁଯାୟୀ, କେରଳ କୋଟାୟମ ଜିଲ୍ଲାର ପ୍ରସନ୍ନା ସୁରେଶ ନାମକ ଜଣେ ମହିଳା ଏକା ଥରେ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଆଉ ବିବାହର ୧୫ ବର୍ଷ ପରେ ହୋଇଛନ୍ତି ମା’ । ତିନି ପୁଅ ଏବଂ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି ମହିଳା । ମେଡିକାଲ ଇଣ୍ଡିଷ୍ଟ୍ରୀରେ ଏହା ବିରଳ ଡେଲିଭରି ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି ଡାକ୍ତର । ଦମ୍ପତି ପ୍ରଥମ ଶିଶୁର ନାମ ଶଙ୍କର ରଖିଛନ୍ତି । ୧ ମିନିଟ୍ ବ୍ୟବଧାନରେ ୪ ଶିଶୁଙ୍କର ଜନ୍ମ ହୋଇଥିଲା ।

Get real time updates directly on you device, subscribe now.