fbpx

ଢ଼ିଙ୍କିଆବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ

ପାରାଦୀପ(ଓଡ଼ିଶା ଭାସ୍କର): ଆଜି ଢ଼ିଙ୍କିଆବାସୀଙ୍କ ସହ ଆଲୋଚନା କରିଛି ପ୍ରଶାସନ । ଢ଼ିଙ୍କିଆ ଲୋକଙ୍କ ଅନୁରୋଧକ୍ରମେ ସେଠାରେ ପହଞ୍ଚିଥିଲେ ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ଓ ଏସପି ଲୋକମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଗାଁରେ ଶାନ୍ତି ଫେରିବା ନେଇ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ଏସପି । ନିର୍ବାଚନ ପରେ ଲୋକଙ୍କ ଦାବି ସମ୍ପର୍କରେ ଆଲୋଚନା ହେବ । ଢ଼ିଙ୍କିଆରୁ ଫେରିବା ପରେ ଜିଲ୍ଲାପାଳ ଓ ଏସପି ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାନବରଜ ଭଙ୍ଗା ଘଟଣାକୁ ନେଇ ଢିଙ୍କିଆରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା । ଏହି ସମୟରେ କିଛି ଲୋକ ପୋଲିସଙ୍କୁ ଖରାପ ବ୍ୟବହାର କରିବା ପରେ ପୋଲିସ ସେମାନଙ୍କୁ ଘଉଡାଇବାକୁ ଲାଠିଚାର୍ଜ କରିଥିଲା । ଗ୍ରାମବାସୀ ମଧ୍ୟ କିଛି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.