fbpx

ଆଇପିଏଲ ଖେଳିବେ ଓଡ଼ିଆ ପୁଅ : ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଶୁଂଙ୍କୁ କିଣିଲା ଚେନ୍ନାଇ

ନୂଆଦିଲ୍ଳୀ: ଇତିହାସ ରଚିଲେ ଓଡ଼ିଆ ପୁଅ ଶୁଭ୍ରାଶୁଂ ସେନାପତି । ତୃତୀୟ ଓଡ଼ିଆ ଭାବେ ଆଇପିଏଲ୍ ଖେଳିବାକୁ ଯାଉଛନ୍ତି ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଶୁଂ ସେନାପତି । ପୂର୍ବରୁ ଶୁଭ୍ରାଂଶୁ ସିଏସକେ ପାଇଁ ଟ୍ରାଏଲ ଦେଇଥିବା ବେଳେ ରବିବାର ଶୁଭ୍ରାଶୁଂକୁ ଚୟନ କରିଛି ଚେନ୍ନାଇ । ତାଙ୍କର ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ରହିଥିବା ବେଳେ ଏକମାତ୍ର ଟିମ ଭାବରେ ଚେନ୍ନାଇ ଶୁଭ୍ରାଶୁଂଙ୍କ ପାଇଁ ବିଡ୍ କରିଥିଲା । ଫଳରେ ନିଜର ବେସ ପ୍ରାଇସରେ ବିକ୍ରି ହୋଇଥିଲେ ଶୁଭ୍ରାଶୁଂ । ପୂର୍ବରୁ ଓଡ଼ିଆ ପୁଅ ବିପ୍ଲବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ ଖେଳି ସାରିଛନ୍ତି ।

ଚଳିତ ସିଜିନରେ ୭ ମ୍ୟାଚରୁ ୨୭୫ ରନ ସଂଗ୍ରହ କରିଛନ୍ତି । ଆନ୍ଧ୍ରପ୍ରଦେଶ ବିପକ୍ଷରେ ଶତକ ହାସଳ କରିଥିବା ଶୁଭ୍ରାଂସୁ ବିଦର୍ଭ ଓ ହିମାଚଳ ପ୍ରଦେଶ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ୨୪ ବର୍ଷୀୟ ଶୁଭ୍ରାଂସୁ ଏହା ପୂର୍ବରୁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଠିକ୍ ଠାକ ପ୍ରଦର୍ଶନ କରିଥିଲେ । ୫ଟି ମ୍ୟାଚରୁ ୨୭.୬୦ର ଆଭରେଜ ଓ ୧୧୭ର ଷ୍ଟ୍ରାଇକ ରେଟ ସହିତ ସେ ୧୩୮ ରନ କରିଥିଲେ । ୨୦୧୭ରେ ନିଜର ଟି-୨୦ ପଦାର୍ପଣ କରିଥିବା ଶୁଭ୍ରାଂସୁ ୨୬ଟି ଟ-୨୦ ମୁକାବିଲା ଖେଳିଛନ୍ତି । ଏହି ମୁକାବିଲାରେ ୨୮.୯୫ର ଆଭରେଜ ସହିତ ୬୩୭ ରନ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ଶୁଭ୍ରାଂସୁ ୬୩୭ ରନ ମଧ୍ୟ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.