fbpx

ବିଶାଖାପାଟଣାକୁ ସ୍ଥାନାନ୍ତର ହେବ ରାଜଧାନୀ; ଅଣ୍ଟା ଭିଡ଼ିଲେ ଜଗନ ମୋହନ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିପାରନ୍ତି । କୁହାଯାଉଛି ଏପ୍ରିଲରେ ଆନ୍ଧ୍ରପ୍ରଦେଶର ନୂଆବର୍ଷ ଉଗାଦି ପରେ ହୋଇପାରେ ସ୍ଥାନାନ୍ତର ।

ଗୁରୁବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରତିନିଧିଙ୍କ ସହ ହୋଇଥିବା କଥାବର୍ତ୍ତାରୁ ଜଣାପଡ଼ୁଛି ଯେ ଖୁବ୍ ଶୀଘ୍ର ନିକଟ ଭବିଷ୍ୟତରେ ସ୍ଥାନାନ୍ତର ହେବାକୁ ଯାଉଛି । ଏହାଛଡ଼ା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୨ ଏପ୍ରିଲରେ ତେଲୁଗୁ ନବ ବର୍ଷ ଉଗାଦି(ଗୁଡ଼ି ପଡ଼ୱା) ରେ ବିଶାଖାପାଟଣାକୁ ସ୍ଥାନାନ୍ତର ପାଇଁ ଯୋଜନା ରହିଛି ।

ଏକ ରିପୋର୍ଟ ଅନୁଯାୟୀ ଜଗନ ମୋହନ ଏନେଇ ସଙ୍କେତ ଦେଇଛନ୍ତି ଯେ ବିଶାଖାପାଟଣା ହିଁ ଏକମାତ୍ର ସହର ଯାହା ରାଜଧାନୀ ହୋଇପାରିବ । ଟଲିଉଡର ସମର୍ଥନ ମାଗିବା ସହ ସେ କହିଛନ୍ତି ଯେ ସବୁ ବର୍ଗର ଲୋକଙ୍କ ସମର୍ଥନ ସହ ବିଶାଖାପାଟଣା ଆନ୍ଧ୍ରପ୍ରଦେଶର ଏକମାତ୍ର ସହର ହେବ ଯାହା ହାଇଦ୍ରାବାଦ କିମ୍ବା ଚେନ୍ନାଇ ସହ ଟକ୍କର ଦେଇପାରିବ । ସେ କହିଛନ୍ତି ଯେହେତୁ ଫିଲ୍ମ ଉଦ୍ୟୋଗ ରାଜଧାନୀରେ ଅବସ୍ଥିତ ହେବ, ତେଣୁ ଜଗନ ମୋହନ ବିଶାଖାପାଟଣାକୁ ଟଲିଉଡର ରାଜଧାନୀ ଭାବରେ ମାର୍କେଟିଙ୍ଗ୍ କରିବାକୁ ଉପରେ ଧ୍ୟାନ ଦେଉଛନ୍ତି । ଜଗନ ମୋହନ କହିଛନ୍ତି ଆଗାମୀ ୧୦-୨୦ ବର୍ଷ ମଧ୍ୟରେ ଏକ ପ୍ରମୁଖ ସହର ହୋଇଯିବ କାରଣ ସବୁ ବର୍ଗର ଲୋକମାନେ ଏଠାକୁ ଆସୁଛନ୍ତି । ସେ ଆହୁରି କହିଛନ୍ତି ଆନ୍ଧ୍ର ପ୍ରଦେଶ ହେଉଛି ତେଲୁଗୁ ଫିଲ୍ମର ସବୁଠୁ ବଡ଼ ମାର୍କେଟ, ୬୦ % ରାଜସ୍ୱ ଏଠାରୁ ହିଁ ଆସିଥାଏ । ସେଥିପାଇଁ ସେ ବିଶାଖପାଟଣାରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ଧ୍ୟାନ ଦେବାକୁ ଚାହୁଛନ୍ତି ।

ଏହାରି ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ପ୍ରସ୍ତୁତି ଆରମ୍ଭ କରିବାକୁ ଜିଲ୍ଲାପାଳ ଏବଂ ପୋଲିସ୍ ସୁପରିଟେଣ୍ଡଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବିଶାଖାପାଟଣା ସିଫ୍ଟ ହେବା ପୂର୍ବରୁ ଆଇଏଏସ ଏବଂ ଆଇପିଏସ ଅଧିକାରୀ ସ୍ତରରେ ପରିବର୍ତ୍ତନ କରିଛନ୍ତି ମଧ୍ୟ କରିଛନ୍ତି ଏହା ସହ କଲେକ୍ଟର ଏବଂ ଏସପି ନିଯୁକ୍ତି ମଧ୍ୟ ପ୍ରସ୍ୁତି କରିଛନ୍ତି । ବଜେଟ ଅଧିବେଶନ ପରେ ମନ୍ତ୍ରୀମଣ୍ଡଳରେ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି ।

Get real time updates directly on you device, subscribe now.