fbpx

ବାଇକ୍ ବିକିବା ନାଁରେ ଲୁଟିନେଲେ ୩୪ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ଯେତେ ଚାଲାକ୍ ହେଲେ ବି ଦିନକୁ ଦିନ ଲୁଟେରାଙ୍କ ଟେକନିକ୍ ବଦଳିବାରେ ଲାଗିଛି । ପୁଣିଥରେ ରାଜଧାନୀ ଭୁବନେଶ୍ୱରରୁ ଅଭିନବ ଢ଼ଙ୍ଗରେ ଲୁଟିଛନ୍ତି ସାଇବର ଠକ । ନିଜକୁ ଆର୍ମି ଅଫିସର ଭାବେ ପରିଚୟ ଦେଇ ବାଇକ୍ ବିକ୍ରି କରିବା ନାଁରେ ଠକିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଯୁବକଙ୍କୁ ୩୪ ହଜାର ଟଙ୍କା ଠକିଛନ୍ତି ସାଇବର ଲୁଟେରା ।

ଅଭିଯୋଗ ଅନୁସାରେ, ସାଇବର ଠକ ଗାଡ଼ିର ଫଟୋ ଓ କାଗଜପତ୍ର ଆଦି ପଟଠାଇଥିଲା । ପ୍ରଥମେ ବିଶ୍ୱାସ ଜନ୍ମେଇବା ପରେ ସାଇବର ଠକେଇ ହୋଇଥିଲା । ସାଇବର ଥାନାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକ ।

Get real time updates directly on you device, subscribe now.