fbpx

ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସିଖବର: ୪୨୦୦୦ ନିଯୁକ୍ତି କରିବ SSC, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । କର୍ମଚାରୀ ଚୟନ ଆୟୋଗ ବା ଏସଏସସି ଖୁବଶୀଘ୍ର ୧୫,୨୪୭ ପଦବୀ ପାଇଁ ନିଯୁକ୍ତି ପତ୍ର ଜାରି କରିବାର ପ୍ରକ୍ରିୟା ସମାପ୍ତ କରିବ । ଆସନ୍ତା କିଛି ମାସ ମଧ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଏହି ଚିଠିଗୁଡ଼ିକ ଜାରି କରାଯିବ । ପ୍ରେସ୍ ସୂଚନା ବ୍ୟୁରୋ ବା ପିଆଇବି ଏକ ଟ୍ୱିଟ୍ ମାଧ୍ୟମରେ ଏହାର ସୂଚନା ଦେଇଛି ।

ପିଆଇବିର ଟ୍ୱିଟ୍ ଅନୁସାରେ, ଡିସେମ୍ବର ୨୦୨୨ ପୂର୍ବରୁ ୪୨,୦୦୦ ନିଯୁକ୍ତି କରାଯିବ । ଏସଏସସି ନିଜର ଆଗାମୀ ପରୀକ୍ଷା ପାଇଁ ୬୭,୭୬୮ ପଦବୀ ତୁରନ୍ତ ପୂରଣ କରିବାକୁ ଯୋଜାନ ପ୍ରସ୍ତୁତ କରିଛି । ଏହି ଟ୍ୱିଟ୍ ପରେ ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମନବୋଳ ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି, କାରଣ ଏହି ସମସ୍ତ ପଦବୀ ବର୍ଷ ଶେଷ ହେବା ପୂର୍ବରୁ ପୂରଣ ହେବାର ଯୋଜନା ରହିଛି ।

ତେବେ ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ହିଂସା ବଢ଼ିବାକୁ ଲାଗିଥିବା ସମୟରେ ଏସଏସସି ଏଭଳି ଏକ ବଡ଼ ଘୋଷଣା କରିଛି । ଘୋଷଣା ଅନୁସାରେ, ଏସଏସସି ୧୫,୨୪୭ ପଦବୀ ପାଇଁ ନିଯୁକ୍ତିପତ୍ର ଜାରି କରିବ, ଯାହାକି ଆଗାମୀ ମାସରେ ବିଭିନ୍ନ ବିଭାଗ ଦ୍ୱାରା ଜାରି କରାଯିବ ।

Get real time updates directly on you device, subscribe now.