fbpx

ଆୟରଲାଣ୍ଡ ଗସ୍ତ ପୂର୍ବରୁ ମାତ୍ର ୩ ଦିନର ବ୍ରେକ ପାଇବ ମେନ ଇନ ବ୍ଲୁ

ବେଙ୍ଗଲୁରୁ: ସାଉଥ ଆଫ୍ରିକା ଟି-୨୦ ସିରିଜ ପରେ ଏବେ ଆୟରଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଆୟରଲାଣ୍ଡ ଯିବା ପୂର୍ବରୁ ଦଳକୁ ୩ ଦିନର ଏକ ଛୋଟ ବ୍ରେକ ଦିଆଯିବା ନେଇ ନିଷ୍ପତ୍ତି ନେଇଛି ବିସିସିଆଇ । ୨ ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ୩ ଦିନ ବ୍ରେକ ପରେ ଆୟରଲାଣ୍ଡ ବାହାରିବ ଟିମ ଇଣ୍ଡିଆ । ଏହି ସିରିଜର ନେତୃତ୍ୱ ନେବେ ଦଳର ନୂଆ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ କୌଣସି ପ୍ରକାର ଜୈବିକ ସୁରକ୍ଷା ମାହୋଲ ବା ବାୟୋ ବବଲ ରହିବ ନାହିଁ । କିନ୍ତୁ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାରକୁ ବାରଣ କରିଛି ବିସିସିଆଇ । କିଛି ଖେଳାଳି ଆଇପିଏଲରୁ ଲଗାତାର ଖେଳୁଥିବାରୁ ସେମାନଙ୍କୁ କିଛି ସମୟ ପରିବାର ସହ ବିତାଇବା ପାଇଁ ସମୟ ଦେଇଛି ବୋର୍ଡ । ତେବେ ଆୟଲାଣ୍ଡ ଯିବା ପାଇଁ ଥିବା ସମସ୍ତ ସଦସ୍ୟ ଆସନ୍ତା ଜୁନ ୨୩ ତାରିଖରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ ଏବଂ ସହଯୋଗୀ ଷ୍ଟାଫ ମାନଙ୍କ ସହ ମୁମ୍ବାଇରେ ଏକତ୍ରିତ ହେବେ । ଏହା ପରଦିନ ଡବଲିନ ପାଇଁ ବାହାରିବ ଟିମ ଇଣ୍ଡିଆ ।

ଆୟରଲାଣ୍ଡ ବିପକ୍ଷରେ ମାଲାହିଡେରେ ୨୬ ଏବଂ ୨୮ ତାରିଖରେ ଦୁଇଟି ଟି-୨୦ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ସେପଟେ ଏହି ସମୟରେ ଇଂଲଣ୍ଡ ବିପକ୍ଷ ଗତବର୍ଷର ପଞ୍ଚମ ତଥା ଶେଷ ଟେଷ୍ଟ ଖେଳିବ ଭାରତ । ଇଂଲଣ୍ଡ ବିପକ୍ଷ ସରିଜରେ ନିୟମିତ ଏବଂ ଷ୍ଟାର ଖେଳାଳିମାନେ କମବ୍ୟାକ କରିବାକୁ ଯାଉଛନ୍ତି । ଏହି ସିରିଜରୁ ଲଗାତାର ବିଶ୍ୱକପ ପର୍ଯ୍ୟନ୍ତ ଦଳ ସହିତ ଖେଳିବେ ଷ୍ଟାର ପ୍ଲେୟର । ତେବେ କେବଳ କେ.ଏଲ ରାହୁଲ ଏହି ଦଳରୁ ଏବେ ଆହତ ଯୋଗୁଁ ବାଦ ପଡିଛନ୍ତି ।

Get real time updates directly on you device, subscribe now.